ବ୍ରିଜ୍ ଉପରେ ପଡିଛି ସାଇକେଲ୍, ନଦୀକୁ ଡେଇଁ ନାବାଳକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | February 25, 2025 IST

ବଲାଙ୍ଗୀର ୨୫।୦୨ : ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରେ ଅଘଟଣ । ତେଲ ନଦୀକୁ ଡେଇଁ ନାବାଳକଙ୍କ ଆତ୍ମହତ୍ୟା । ମୃତକ ତୁଷୁରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ମଙ୍ଗଳବାର ଦିନ ବଲାଙ୍ଗୀର ତୁଷୁରା ଅଞ୍ଚଳରେ ଥିବା ତେଲ ନଦୀକୁ ଜଣେ ନାବାଳକ ଡେଇଁଥିଲେ। ବ୍ରିଜ୍‌ ଉପରେ ସାଇକେଲ୍‌ ରଖି ନାବାଳକ ଜଣଙ୍କ ନଦୀକୁ ଡେଇଁଥିଲେ । ତୁଷୁରା ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ । ଆଉ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ନାବାଳକ ଜଣଙ୍କ କେଉଁ କାରଣ ଏବଂ କାହିଁକି ଆତ୍ମହତ୍ୟା କରିଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତୁଷୁରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ପରେ ଆତ୍ମହତ୍ୟାର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା, ହଷ୍ଟେଲରେ ମାଆ ହେଲେ ଛାତ୍ରୀ

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.