ଆନନ୍ଦପୁର ୨୦/୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ। ଏଥିରେ ଜଣେ ଗୁରୁତର ଜଣେ ଆହତ । ଉଭୟ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା କଣ୍ଟିପାଳ ପଂଚାୟତ ଖିଲାର ସାହିରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜୁ ପରିଡ଼ାଙ୍କୁ ଆକ୍ରମଣ କରିଥିଲେ ଶିବ ଖିଲାରଙ୍କ ପରିବାର ଲୋକ । ଏଥିରେ ବିଜୁ ପରିଡ଼ା ଏବଂ ତାଙ୍କ ଶାଶୂ ପ୍ରମିଳା ପଲେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟ ଆହତଙ୍କୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବରୁ ଇଟା ପକାଇବା ନେଇ ବିଜୁ ପରିଡ଼ା ଏବଂ ଶିବ ଖିଲାରଙ୍କ ମଧ୍ୟରେ ଶତ୍ରୁତା ଥିଲା । ଶୁକ୍ରବାର ବିଜୁ ନିଜ କାମରେ ଯାଉଥିବା ସମୟରେ ଅଚାନକ ଶିବ ଖିଲାରଙ୍କ ସମେତ ତାଙ୍କ ପରିବାର ଲୋକ ଏବଂ ଅନ୍ୟ ୨ଜଣ ତାଙ୍କୁ ଆକ୍ରମଣ କରିଥିଲେ । ଠେଙ୍ଗାରେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ଏଘଟଣା ନେଇକୁ ଆନନ୍ଦପୁର ଥାନାରେ ଅଭିଯୋଗ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।