ମାଲକାନଗିରି୧୮/୧୨: ଆରମ୍ଭର ପ୍ରଥମ ଦିନରୁ ଝୁଣ୍ଟିଲା । ମଣ୍ଡି ଖୋଲୁ ଖୋଲୁ ତାଲା ପଡିଲା । ମାଲକାନଗିରି ସଦର ବ୍ଲ ଅନ୍ତର୍ଗତ ବାଟପଲ୍ଲୀ ଗାଁରେ ଥିବା ଧାନମଣ୍ଡିରେ ଉତ୍ତେଜନା ।ମଣ୍ଡିରେ ତାଲା ପକାଇଲେ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ମଣ୍ଡି ବାହାରେ ଜଗି ରହିଛନ୍ତି ଚାଷୀ । ଟ୍ରାକ୍ଟର ଉପରେ ପଡି ରହିଛି ଶହ ଶହ ବସ୍ତା ଧାନ ।SHGର ମହିଳାମାନଙ୍କ ଅଭିଯୋଗ ହେଉଛି ସେମାନେ ପ୍ରଥମେ ବାଟପାଲି ଧାନ ମଣ୍ଡି ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ ଦିଆନଯାଇ ଅନ୍ୟ ଏକ ଗୋଷ୍ଠୀକୁ ଦିଆଯାଇଛି । ଯେ ପର୍ଯ୍ୟନ୍ତ ମଣ୍ଡି ପରିଚାଳନା ପାଇଁ ଆମକୁ ଦାୟିତ୍ବ ମିଳିନି ସେ ପର୍ଯ୍ୟନ୍ତ ତାଲା ପଡିବ ବୋଲି କହିଛନ୍ତି ଇନ୍ଦ୍ରାବତୀ SHGର ମହିଳା । ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଛନ୍ତି ଯୋଗାଣ ଅଧିକାରୀ ।