ଆଠଗଡ ୧୭/୧୨: ସ୍ପିଡ ବ୍ରେକର ପାଇଁ ରାସ୍ତାରୋକ । ସ୍ଥାୟୀ ସମାଧାନ ଦାବିରେ କନ୍ଦରପୁର ରାସ୍ତାରେ ବସିଲେ ଲୋକେ। ୧୫ ଦିନ ମଧ୍ୟରେ ସମାଧାନର ପ୍ରତିଶ୍ରୁତି ପରେ ହଟିଲା ଅବରୋଧ । ମଙ୍ଗଳବାର ସକାଳୁ ସକାଳୁ ଆଠଗଡ ଥାନା ମୁଣ୍ଡଳୀ କନ୍ଦରପୁର ରାସ୍ତାରେ ଲୋକଙ୍କ ଭିଡ ଲାଗିଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା ଶହ ଶହ ଗାଡି ।
ପ୍ରତିଦିନ ଦୁର୍ଘଟଣା ଘଟି ଜୀବନହାନି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ପିଡ ବ୍ରେକର ଲଗାଇବାକୁ ଦାବି କରିଥିଲେ । ଫଳରେ ରାସ୍ତାରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଗତ ଡିସେମ୍ବର ୪ରେ ସେହି ରାସ୍ତାରେ ଦୁର୍ଘଟଣା ଘଟି ୨ ଛାତ୍ରଙ୍କ ଜୀବନ ଯାଇଥିଲା । ସ୍ଥାନୀୟ ଲୋକେ ସ୍ଥାୟୀ ସମାଧାନ ପାଇଁ ଆଠଗଡ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ । ତେବେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ରାସ୍ତାକୁ ଓହ୍ଲାଇଥିଲେ ଲୋକେ । ଘଟଣାସ୍ଥଳରେ ଆଠଗଡ ତହସିଲଦାର ଓ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ । ୧୫ ଦିନ ମଧ୍ୟରେ ସମାଧାନର ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।