'ସ୍ପିରିଟ୍‌’ରେ ପ୍ରଭାସଙ୍କ ସହ ରୋମାନ୍ସ କରିବେ ମୃଣାଳ, ୨୦୨୫ରେ ଆରମ୍ଭ ହେବା ସୁଟିଂ

Published By : Prameya-News7 Bureau | December 17, 2024 IST

ମୁମ୍ଵାଇ ୧୭।୧୨; ‘କବୀର ସିଂହ’ ଓ ‘ଆନିମଲ୍‌’ ଭଳି ଦୁଇଟି ଫିଲ୍ମ କରି ସନ୍ଦୀପ ରେଡ୍ଡୀ ବାଙ୍ଗା ବଲିଉଡ୍‌ରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବାଙ୍ଗା ଏବେ ତାଙ୍କର ଆଉ ଏକ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ‘ସ୍ପିରିଟ୍‌’ ଲାଗି ପ୍ରସ୍ତୁତ ହେଉଛନ୍ତି । ସେଥିରେ ପ୍ରଭାସଙ୍କୁ ହିରୋ ଭାବେ ଦେଖିବାକୁ ମିଳିବ । ସେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଳ ଠାକୁର ସ୍କ୍ରିନ୍‌ ସେୟାର କରିପାରନ୍ତି ।

‘ସ୍ପିରିଟ୍‌’ର ଫିମେଲ୍‌ ଲିଡ୍‌ ହେବାଲାଗି ମୃଣାଳଙ୍କ ସହିତ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଜଣାପଡି଼ଛି । ସେହିପରି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁରଙ୍କୁ ସେଥିରେ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିପାରେ । ଦମ୍ପତିଙ୍କ ସହିତ ଏ ନେଇ ଆଲୋଚନା ଜାରି ରହିଛି । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । ୨୦୨୬ରେ ତାହା ମୁକ୍ତିଲାଭ କରିବାର ଯୋଜନା ରହିଛି ।

ବର୍ତ୍ତମାନ ‘ସ୍ପିରିଟ୍‌’ର ଟିମ୍‌ ପ୍ରି-ପ୍ରଡକ୍ସନ୍‌ ସହିତ ଅଭିନେତା ଓ ଅଭିନେତ୍ରୀମାନଙ୍କୁ କାଷ୍ଟିଂ କରୁଛନ୍ତି । ଇଣ୍ଡଷ୍ଟ୍ରିର ସବୁଠୁ ପ୍ରତିଭାଶାଳୀ କଳାକାରଙ୍କୁ ଏଥିରେ କାଷ୍ଟ କରିବାକୁ ସେମାନଙ୍କର ଯୋଜନା ରହିଛି । ‘ସ୍ପିରିଟ୍‌’ ବ୍ୟତୀତ ମୃଣାଳଙ୍କୁ ‘ସନ୍‌ ଅଫ୍‌ ସର୍ଦ୍ଦାର-୨’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଅଜୟ ଦେବଗନ ନଜର ଆସିବେ । ଏହାଛଡ଼ା ଆଉ ୨-୩ଟି ବଡ଼ ପ୍ରୋଜେକ୍ଟ ମଧ୍ୟ ତାଙ୍କ ହାତରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.