ଭୁବନେଶ୍ବର ୧୭।୧୨: ପ୍ରେସମିଟ୍ କାହିଁକି କଲା ବିଜେଡି ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି । ସେମାନେ ଏପରି ପ୍ରେସମିଟ୍ କରି ନିଜର ଅପପ୍ରଚାର କରୁଛନ୍ତି । କେହି ଏପରି କହିନାହାନ୍ତି ଏଣୁ କାହିଁକି ବିଜେଡି ମନରେ ଏମିତି ଆଶଙ୍କା ସୃଷ୍ଟି ହେଲା ବୋଲି ସଭାପତି ପ୍ରଶ୍ନ କରିଛନ୍ତି । ଦଳ ଉପରେ କାର୍ଯ୍ୟକର୍ତ୍ତା ଉପରେ ସେମାନଙ୍କର ଭରଷା ରହିବା ଦରକାର । ବିଜେଡି ସଂଗଠନ ଉପରେ, ସାଂସଦ ଓ ବିଧାୟକ ମାନଙ୍କ ଉପରେ ଭରଷା ରହିବା ଦରକାର । ବିଶ୍ୱାସ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଭାଙ୍ଗିବ ତ ତାଙ୍କ ଦଳ ଭାଙ୍ଗିବ, ଏଥିରେ ଆମେ କ’ଣ କରିବୁ । ଭାରତୀୟ ଜନତା ପାର୍ଟି କେବଳ ସାଙ୍ଗଠନିକ କାର୍ଯ୍ୟ କରୁଛି ଅନ୍ୟ କିଛି କରୁନି ।
ସୂଚନାଯୋଗ୍ୟ ଯେ, ବିଜେଡି ସାଂସଦ ମାନଙ୍କର ବିଜେପି ଯିବା ଚର୍ଚ୍ଚା ଉପରେ ବିଜେଡି ରାଜ୍ୟସଭା ସାଂସଦ ଦିଲ୍ଲୀରେ ପ୍ରେସମିଟ୍ କରିଥିଲେ । ଆମେ ଏକ ଅଛୁ, ନବୀନଙ୍କ ନେତୃତ୍ୱରେ ଅଛୁ । ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ଏବଂ ଭ୍ରମାତ୍ମକ, କପୋଳ କଳ୍ପିତ । ଆମେ ଏକାଠି ଅଛୁ । ନବୀନ ଆମର ଧ୍ରୁବତାରା । ସଂସଦରେ ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି, ଏହା ଏକ ସାମ୍ବିଧାନିକ ପଦ । ତାଙ୍କ ସହ ଦେଖା କରିବାରେ କୌଣସି ଭୁଲ ନାହିଁ ।
ଆମେ ଆମର ଦାବି ନେଇ ଭେଟିଥିଲୁ କିନ୍ତୁ ସେହି ଫଟୋକୁ ଦେଖାଇ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ବିଷୟ । ଏଥିରେ ମାନସ ମଙ୍ଗରାଜ ଏବଂ ସୁବାସିଷ ଖୁଣ୍ଟିଆଙ୍କ ଫଟୋ ଦେଖାଇ ମିଛ ପ୍ରସାରଣ କରାଯାଇଛି । ଆମେ ବିଜେଡିରେ ଅଛୁ । ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ବାର୍ଥ ପାଇଁ ସଂସଦରେ ସ୍ୱର ଉଠାଇଛୁ ଆଗକୁ ମଧ୍ୟ ଉଠାଇବୁ । ଆଜି ଗଣମାଧ୍ୟମ ନିଜ କର୍ତ୍ତବ୍ୟରୁ ଓହରିଯାଇଛି । ଏହା ଠିକ୍ ନୁହେଁ । ଗଣମାଧ୍ୟମ ଖବର ପ୍ରସାରଣ ପୂର୍ବରୁ ଆମର ମତାମତ ନେବା ମଧ୍ୟ ଆବଶ୍ୟକତା ଥିଲା । ଯଦି ଆଗକୁ ଏମିତି ହୁଏ ଆମେ ସମୟ ହିସାବରେ ପଦକ୍ଷେପ ନେବୁ । ଯଦି ଆବଶ୍ୟକ ପଡେ ଆମେ ୧୦୦୦ କୋଟିର ମାନହାନୀ ମୋକଦ୍ଦମା ମଧ୍ୟ କରିବୁ ବୋଲି ନିଶିକାନ୍ତ ବିଶି କହିଥିଲେ । ବିଜେଡିର ସାଂସଦ ବିଜେଡିରେ ହିଁ ରହିବେ । କେହି ବିଜେଡି ଛାଡ଼ୁ ନାହାନ୍ତି । ବିଜେଡି ସାଂସଦ ଏକ୍ ଅଛନ୍ତି । ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରୁଛୁ । ଆମେ ନା ଏନ୍ଡିଏ ସହିତ ଅଛୁ ନା ଇଣ୍ଡିଆ ସହିତ ଅଛୁ । ଆମେ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରୁଛୁ । ଆଗାମୀ ସମୟରେ ମଧ୍ୟ କରିବୁ ବୋଲି କହିଥିଲେ ।
You Can Read:
ଚର୍ଚ୍ଚା ପ୍ରଚାର ପରେ ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ, କହିଲେ 'ନବୀନଙ୍କ ସହ ଥିଲୁ, ଅଛୁ, ରହିବୁ'