ଭୁବନେଶ୍ବର ୧୬/୧୨: ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ଦଳୀୟ ସଭାପତିଙ୍କୁ ରିପୋର୍ଟ ଦେବେ । ତା ପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ ।
୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ସକ୍ରିୟ ସଦସ୍ୟ ରହିବେ। ତେବେ ସାଙ୍ଗଠନିକ ନିର୍ବାଚନ ପରେ ବି ବର୍ଷ ତମାମ ସଭ୍ୟ ସଂଗ୍ରହ ହୋଇ ପାରିବ । ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଥିବା ନେଇ ସୂଚନା ଦେଇଛନ୍ତି ସଭ୍ୟ ସଂଗ୍ରହ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ।