ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଯାଞ୍ଚ ଶେଷ ପରେ ଦିଆଯିବ 'ସୁଭଦ୍ରା' କିସ୍ତି

Published By : Prameya-News7 Bureau | December 16, 2024 IST

ଭୁବନେଶ୍ୱର ୧୬।୧୨ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ପ୍ରୋସେସ୍‌ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆବେଦନ ପତ୍ରର ଯାଞ୍ଚ ଚାଲିଛି, ଯାଞ୍ଚ ପ୍ରକ୍ରିୟା ଶେଷ ହେଲେ ସେମାନଙ୍କୁ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ୫ ଲକ୍ଷ ୧୧ ହଜାର ଆବେଦନକାରୀଙ୍କ ପାଇଁ ଆଉ ଏକ ସୁଯୋଗ। ବାଓମେଟ୍ରିକ ଜରିଆରେ କେୱାଇସି କରିହେବ । କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ଏହି ସମସ୍ତଙ୍କ ଆବେଦନ । ଓଟିପି ଜରିଆରେ କେୱାଇସି କରିଥିଲେ , ଏବେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ପଡିବ । ଏହିସବୁ କେ୍ୱାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ । କମନ ସର୍ଭିସ ସେଣ୍ଟର ବା ଜନ ସେବା କେନ୍ଦ୍ରରେ କରିପାରିବେ କେୱାଇସି ଯାଞ୍ଚ ।


ଅନ୍ୟପଟେ ଏବେ ଯାଏଁ ୩୧ ହଜାର ମହିଳା ବାଦ୍‌ ପଡିଛନ୍ତି। ସେମାନେ ଆଉ ଥରେ ମଧ୍ୟ ଅଭିଯୋଗ କରିପାରିବେ । ସେମାନଙ୍କ କଥାକୁ ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ ହିତାଧିକାରୀ । ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷାରେ ପଡିଛି । ସେମାନେ ବି ପୋର୍ଟାଲରେ ଆବେଦନ କରିବେ ।

  • odisha
  • OdishaNews
  • CM Mohan Majhi
  • CMO
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.