ମୁମ୍ବାଇ ୧୬/୧୨: ଦଳାଚକଟାରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ବାଳକ ଶ୍ରୀତେଜକୁ ଭେଟିବାକୁ ଚାହୁଁଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏ ସଂପର୍କରେ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଅଲ୍ଲୁ ନିଜ ପୋଷ୍ଟରେ ଲେଖିଛନ୍ତି ଶ୍ରୀତେଜର ଏପରି ଅବସ୍ଥାକୁ ନେଇ ମୁଁ ଚିନ୍ତିତ । ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । ତାର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତର । ଯାହା ଘଟିଲା ତାହା ହେବାର ନଥିଲା । ସେ ଶୀଘ୍ର ସୁସ୍ଥ ହୋଇଯାଉ । ଖୁବ ଶୀଘ୍ର ତାକୁ ଭେଟିବି ।
ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳଚକଟା ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ଶ୍ରୀତେଜ ଏବେ ମେଡିକାଲରେ । ମାମଲାରେ ଜେଲ୍ ଯାଇ ମୁକୁଳି ସାରିଛନ୍ତି ଅଲ୍ଲୁ । ଶନିବାର ଜେଲ୍ରୁ ଆସିବା ପରେ ରବିବାର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ ଅଲ୍ଲୁ ଅର୍ଜୁନ ।