ମୁମ୍ଵାଇ ୧୫।୧୨; ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିବା ଘଟଣା ଚାରିଆଡେ ଚର୍ଚ୍ଚାରେ ରହିଛି। ସାଉଥ ସୁପରଷ୍ଟାରଙ୍କୁ ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟରରେ ଜଣେ ମହିଳାଙ୍କ ଦଳାଚକଟାରେ ଜୀବନ ଯିବା ଘଟଣାରେ ଗିରଫ କରିଥିଲା। ଗିରଫ ପରେ ଡିସେମ୍ବର ୧୪ ତାରିଖରେ ଅଲ୍ଲୁଙ୍କୁ ଜାମିନ ମିଳିଛି। ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଅସନ୍ତୋଷ ଥିବା ଜଣାପଡ଼ିଛି।
Regarding everybody’s SURPRISE SHOCK about why the Honourable chief minister of TELANGANA @revanth_anumala did this to @alluarjun , I think it is because he wanted to give a BIG PUBLICITY BOOST to the telangana state’s FAVOURITE SON for a HUGE RISE in #Pushpa2 ‘s week 2 ‘s…
— Ram Gopal Varma (@RGVzoomin) December 14, 2024
ରାମ ଗୋପାଳ ଅଲ୍ଲୁ ଅର୍ଜୁନଙ୍କୁ ନେଇ ନୁହେଁ ସେ ତେଲେଙ୍ଗାନା ସରକାରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି। ରାମ ଗୋପାଳ ବର୍ମା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ଅନୁମୁଲା ରେବନ୍ତ ରେଡ୍ଡିଙ୍କୁ ଆକ୍ଷେପ କରି ଲେଖିଛନ୍ତି, ଅଲ୍ଲୁ ଅର୍ଜୁନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଅନୁମୁଲା ରେବନ୍ତ ରେଡ୍ଡି ଯାହା କରିଛନ୍ତି ତାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ନୁହେଁ ସ୍ତବ୍ଧ ହୋଇଯାଇଛନ୍ତି।
ସେ ଏସବୁ ଲୋକପ୍ରିୟତା ପାଇଁ କରିଛନ୍ତି। କାରଣ ଅଲ୍ଲୁ ଅର୍ଜୁନ ଏହି ଘଟଣା ପରେ ଆହୁରି ଉପରକୁ ଉଠିଯିବେ। ଯାହା ଦ୍ବାରା ତାଙ୍କ ସିନେମା ପୁଷ୍ପା-୨ ପ୍ରେକ୍ଷାଳୟରେ ଆହୁରି ଅଧିକ ବ୍ୟବସାୟ କରିପାରିବ। ରାଜ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେତେ ଦୁର୍ବଳ ଯେ ସେ କିଛି ଘଣ୍ଟା ମଧ୍ୟରେ ଜାମିନ ପାଇଥିଲେ । ରେବନ୍ତ ରେଡ୍ଡୀ ଗାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ତେଲେଙ୍ଗାନା ରାଜ୍ୟର ଗର୍ବକୁ ଆହୁରି ବଢାଇ ଦେଇଛି, ଯେଉଁ କାରଣରୁ 'ପୁଷ୍ପା ୨' ଏକ ସୁପର କଲେକ୍ସନ୍ ପାଇପାରିବ । ତେଲେଙ୍ଗାନା ସିଏମ ନାମରେ ରାମ ଗୋପାଳଙ୍କ ଏହି ପୋଷ୍ଟ ଭାଇରାଲ ହୋଇଛି।