ହାଇଦ୍ରାବାଦ ୧୪/୧୨: ଜେଲରୁ ମୁକ୍ତ ହୋଇଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଜାମିନ ପାଇ ଜେଲରୁ ବାହାରିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଅଲ୍ଲୁ ଅର୍ଜୁନ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ତାଙ୍କୁ ବିପଦ ସମୟରେ ସମର୍ଥନ କରିଥିଲେ ।
ଏହା ବ୍ୟତୀତ ପୁଷ୍ପା-୨ ଅଭିନେତା ଦଳାଚକଟାରେ ମହିଳାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅଲ୍ଲୁ ଅର୍ଜୁନ ଜେଲରୁ ମୁକୁଳିବା ମାତ୍ରେ ସେ ଗୀତା ଆର୍ଟ ପ୍ରଡକ୍ସନ୍ ହାଉସରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ପିତା ଅରବିନ୍ଦ ଅଲ୍ଲୁ ତାଙ୍କ ସହ ନଜର ଆସିଥିଲେ । ଏହି ସମୟରେ ପ୍ରଶଂସକ ଏବଂ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅଲ୍ଲୁ ଅର୍ଜୁନ କହିଥିଲେ ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ତେବେ ଘଟଣା ପାଇଁ ମୁଁ ଦୁଃଖିତ । ଅଲ୍ଲୁ ଅର୍ଜୁନ ଆହୁରି କହିଛନ୍ତି- 'ଚିନ୍ତା କରିବାର କିଛି ନାହିଁ । ମୁଁ ଜଣେ ନାଗରିକ ଭାବେ ଆଇନ ପାଳନ କରିବି । ତଦନ୍ତରେ ସହଯୋଗ କରିବି । ମୁଁ ପୁଣି ଥରେ ପରିବାର ପ୍ରତି ସମବେଦନା ଜଣାଇବାକୁ ଚାହେଁ ।
ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଆମେ ଦୁଃଖିତ । ତେବେ ଏହା ମୋ ନିୟନ୍ତ୍ରଣରେ ନଥିଲା । ମୁଁ ୨୦ ବର୍ଷ ଧରି ଫିଲ୍ମ ଦେଖିବାକୁ ଯାଉଛି । ମୁଁ ଚଳଚ୍ଚିତ୍ର ଦେଖିବା ପାଇଁ ଅତିକମରେ ୩୦ ଥର ସେଠାରେ ଥିଲି କିନ୍ତୁ ଏହିପରି କିଛି ଘଟି ନଥିଲା । ଏହା ଏକ ଦୁର୍ଘଟଣା ଥିଲା ଏବଂ ମୁଁ ପରିବାରକୁ ସହାୟତା କରିଛି କରିବି ମଧ୍ୟ । ତେବେ 'କାହାର ଜୀବନ ହାନି ପାଇଁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ମୁଁ ଭରିପାରିବିନି । କିନ୍ତୁ ମୁଁ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବି। ମୁଁ ତାଙ୍କ ପରିବାରକୁ ପୂର୍ଣ୍ଣ ସମର୍ଥନ ଦେଇଛି ।