ହାଇଦ୍ରାବାଦ ୧୪/୧୨: ଚଞ୍ଚଲଗୁଡା ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଶୁକ୍ରବାର ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ତ୍ୱେ ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି । ସକାଳେ ଜେଲ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ରାତିରେ ବେଲ ପେପର ଆସିବାରେ ବିଳମ୍ୱ ହେବାରୁ ସୁପର ଷ୍ଟାରଙ୍କୁ ଜେଲରେ ରହିବାକୁ ପଡିଥିବା ସୂଚନା ମିଳିଛି ।
#WATCH | Hyderabad, Telangana: Actor Allu Arjun released from jail.
— ANI (@ANI) December 14, 2024
He was taken to Chanchalguda Central Jail yesterday after a Court sent him to a 14-day remand. Later, he was granted interim bail by Telangana High Court on a personal bond of Rs 50,000. pic.twitter.com/Xqu3KpBAt6
ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ ଜମାଇଥିଲେ । ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଜି ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ମୁକ୍ତ ହୋଇଛନ୍ତି । ଶୁକ୍ରବାର ଅଲ୍ଲୁ ଅର୍ଜୁନଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ଚିକ୍କଡ଼ପଲ୍ଲୀ ଥାନା ପୋଲିସ । ନାମପଲ୍ଲୀ କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗାନ୍ଧୀ ହସ୍ପିଟାଲ ନିଆଯାଇଥିଲା।
ସୂଚନା ଥାଉକି, ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରିଥିଲେ ନାମପଲ୍ଲୀ କୋର୍ଟ। ଅଲ୍ଲୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ବିଚାରପତି। ତେବେ ଜାମିନ ଖାରଜ ହେବା ପରେ ତେଲେଙ୍ଗାନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଅଲ୍ଲୁଙ୍କ ଓକିଲ। ହାଇକୋର୍ଟ ୪ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିବା ସୂଚନା ମିଳିଛି ।