ଭୁବନେଶ୍ବର ୧୫/୧୨: କାରରୁ ୧୦ ଲକ୍ଷ ଜବତ ଘଟଣା । ସିବିଆଇରେ ହାଜର ହେଲେ ଷ୍ଟାର ହୋଟେଲର ଜେନେରାଲ ମ୍ୟାନେଜର ଶୁଭମୟ ବାନାର୍ଜୀ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସ୍କାନରକୁ ଆସିଥିଲା ଏହି ଷ୍ଟାର ହୋଟେଲ । ହୋଟେଲ ଭିତରେ ଓ ବାହାରେ କିଛି ଠିକାଦାର,କଣ୍ଟ୍ରାକ୍ଟର ଓ ବ୍ରିଜ ଆଣ୍ଡ ରୁଫ କଂପାନୀର ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିଲା ଡିଲ୍ । ହୋଟେଲ ଭିତରେ କିଛି ଅଧିକାରୀ ଡିଲ୍ ନେଇ ବୈଠକ କରିଥିଲେ । ପରେ ବାହାରୁ ଟଙ୍କା ଜବତ ହୋଇଥିଲା । ପରେ ସିବିଆଇ ହୋଟେଲ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।