ଭୁବନେଶ୍ବର ୧୫/୧୨: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ ଆଣ୍ଡ ରୁଫ୍ ଟେଣ୍ଡର ଫିକ୍ସିଂ ମାମଲାରେ ଘାଣ୍ଟୁଛି ସିବିଆଇ । ରାମମନ୍ଦିର ନିକଟରେ ଥିବା କଂପାନୀରେ ରବିବାର ପୁଣି ରେଡ୍ କରାଯାଇଛି । ସେଠାରେ ଥିବା କର୍ମଚାରୀଙ୍କୁ ଚାଲିଛି ପଚରାଉଚରା । ସେପଟେ ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ଜଣେ ମହିଳା କର୍ମଚାରୀ ସିବିଆଇ ଅଫିସରେ ହାଜର ହୋଇଛନ୍ତି । ତାଙ୍କୁ ପଚରାଉଚରା ପରେ ଛାଡିଦେଇଛି ସିବିଆଇ । ସେହିପରି ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଜିଜିଏମ୍ ଚଞ୍ଚଳ ମୁଖାର୍ଜୀଙ୍କ ଆଇନଜୀବୀ ସିବିଆଇ ଅଫିସରେ ପହଞ୍ଚିଥିଲେ । ଏହା ସହିତ ଆର୍ଟିକେଟ ସନ୍ତୋଷ ମହାରଣାଙ୍କ୨ ପରିବାର ସଦସ୍ୟ ମଧ୍ୟ ସିବିଆଇ ଅଫିସରେ ହାଜର ହୋଇଛନ୍ତି ।ସେପଟେ ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଜେରା କରିପାରେ ସିବିଆଇ । ଗତ ୭ ତାରିଖରେ ଜୟଦେବ ବିହାର ଅଞ୍ଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି