ମୁମ୍ବାଇ: ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ମୋଟା ଅଙ୍କର ଫାଇନ୍ ଗଣିଲେ ବଲିଉଡ୍ର ଫେମସ ରାପର ବାଦଶାହ। ଡିସେମ୍ବର ୧୫ ତାରିଖରେ ଗୁରୁଗ୍ରାମ ଟ୍ରାଫିକ୍ ପୁଲିସ ବାଦଶାହଙ୍କ ବିରୋଧରେ ୧୫,୫୦୦ ଟଙ୍କାର ନୋଟିସ ଜାରି କରିଛି। ଗୁରୁଗ୍ରାମ ସେକ୍ଟର ୬୮ରେ ପଞ୍ଜାବୀ ଗାୟକ କରନ ଔଜଲାଙ୍କ ମ୍ୟୁଜିକ କନସର୍ଟ ଶୁଣି ଫେରିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିଲେ ବାଦଶାହ।
ପୁଲିସର ସୂଚନା ଅନୁସାରେ କନସର୍ଟରୁ ଫେରିବା ବେଳେ ବାଦଶାହଙ୍କ ଗାଡ଼ି ରଙ୍ଗ ରୁଟ୍ରେ ଯାଉଥିଲା। ଯାହାଫଳରେ ଟ୍ରାଫିକ ପକ୍ଷରୁ ଗାଡ଼ିର ସିସିଟିଭି ଫୁଟେଜ ନିଆଯାଇଛି। ୧୫ ହଜାରରୁ ଅଧିକ ଟଙ୍କାର ନୋଟିସ୍ ପଠାଯାଇଛି। ତେବେ ଗାଡ଼ିଟି ବାଦଶାହଙ୍କ ନାଁରେ ରେଜିଷ୍ଟର ହୋଇ ନଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଟ୍ରାଫିକ ଡିସିପି ବିରେନ୍ଦ୍ର ଭିଜ୍ କହିଛନ୍ତି “ ହଁ ଆମେ ବାଦଶାହ ବସିଥିବା ଗାଡ଼ିକୁ ଭୁଲ ସାଇଟରେ ଗାଡ଼ି ଚଲାଇବା ପାଇଁ ଫାଇନ୍ କରିଛୁ। ତେବେ କାରଟି ତାଙ୍କ ନାମରେ ପଞ୍ଜୀକୃତ ହୋଇନଥିବାବେଳେ ବାଦଶାହ ଗାଡ଼ି ଭିତରେ ବସିଥିଲେ।”
ସୂଚନା ତାଉକି ଡିସେମ୍ବର ୧୫ ତାରିଖରେ ରେ ଗୁରୁଗ୍ରାମର ଆଇରିଆ ମଲରେ କରଣ ଔଜଲା ମ୍ୟୁଜିକ କନସର୍ଟ ଆଯୋଜିତ ହୋଇଥିଲା। ଏହି କନସର୍ଟରେ ବାଦଶାହ, ବରୁଣ ଧାୱନ ଏବଂ କୃଷ୍ଣଙ୍କ ପରି ଅନେକ କଳାକାରଙ୍କ ମଧ୍ୟ ଯୋଗ ଦେଇଥିଲେ।