ଦଳାଚକଟାରେ ଆହତ ହୋଇଥିବା ନାବାଳକ ପାଇଁ ଅଲ୍ଲୁ ଚିନ୍ତିତ, କହିଲେ-ମୁଁ ଭେଟିବାକୁ ଚାହୁଁଛି ହେଲେ…

Published By : Prameya-News7 Bureau | December 17, 2024 IST

ମୁମ୍ଵାଇ ୧୭।୧୨; ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।  ସେହି ସମୟରେ ତାଙ୍କ ପୁଅ ଏବେ ବି ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ଏହି ମାମଲାରେ ଜେଲ୍‌ ଯାଇ ମୁକୁଳି ସାରିଛନ୍ତି ତେଲଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ମେଡିକାଲରେ ଚିକିତ୍ସିତ ହେଉଥିବା ନାବାଳକଙ୍କ ପାଇଁ ଚିନ୍ତା   ପ୍ରକଟ କରିଛନ୍ତି ପୁଷ୍ପା।  ଶନିବାର ଅଲ୍ଲୁ ଜେଲରୁ ଆସିବା ପରେ ଗତକାଲି ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ  ହେବାର ଲାଗିଛି।

ଅଲ୍ଲୁ ନିଜ ପୋଷ୍ଟରେ  ୮ବର୍ଷର ନାବାଳକଙ୍କ ପାଇଁ ଚିନ୍ତାପ୍ରକଟ କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଶ୍ରୀ ତେଜର ଏଭଳି ଅବସ୍ଥାକୁ ନେଇ ମୁଁ ଚିନ୍ତିତ। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି। ଯାହା ଘଟିଲା, ତାହା ହେବାର ନଥିଲା। ଶୀଘ୍ର ସେ ସୁସ୍ଥ ହୋଇଯାଉ। ମୁଁ ଖୁବ୍ ଶୀଘ୍ର ତାକୁ ଭେଟିବାକୁ ଚାହୁଁଛି। 

ସୂଚନାଯୋଗ୍ୟ, ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳା ଅଣନିଃଶ୍ୱାସୀ ହୋଇ  ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ୧୩ ତାରିଖରେ ଅଲ୍ଲଙ୍କୁ ଗିରଫ କରିଥିଲା । ପରେ ହୋଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ଆସିଛନ୍ତି ଅଲ୍ଲୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.