ଭୁବନେଶ୍ବର ୧୭/୧୨: ଆଉ ଲୁଚାଛପା ଶିକାର କରିପାରିବେନି ଶିକାରୀ । ନଜର ରଖିବ AI କ୍ୟାମେରା । ଅବାଧ ଶିକାର ରୋକିବା ସହ ଶିକାରୀଙ୍କୁ ଧରିବାକୁ ଏମିତି ଟ୍ରିକ ଆପଣାଇଛି AI କ୍ୟାମେରା । ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି । ଶିକାରୀଙ୍କ ଅସମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି । କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି ।
ଖୁବ ଶୀଘ୍ର ଦିବ୍ରୁଗଡ ଓ ଅନ୍ୟ ଅଭୟାରଣ୍ୟରେ ବି କ୍ୟାମେରା ଲାଗିବ । ଏପରିକି ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ AI କ୍ୟାମେରା ଲଗାଯାଇଛି । ଅନ୍ୟ ଜାଗାରେ ବି ଲଗାଯିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।