ଜାଗିଆପଡା ଗାଁରେ ବୋମାମାଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

Published By : Prameya-News7 Bureau | December 16, 2024 IST

ଆଠଗଡ ୧୬/୧୨: ଜାଗିଆପଡା ଗାଁରେ ବୋମା ମାଡ ଘଟଣା । ମୁଖ୍ୟ ଅଭିଯୁକ୍ତ ୨୭ ବର୍ଷୀୟ ଅଜୁ ଓରଫ ବିଷ୍ଣୁ ଚରଣ ଖଟୁଆ  ଗିରଫ । ଆଉ ୨ ଫେରାର । ଗତ ୧୩ ତାରିଖରେ ବଡଭୂଇଁ ପଞ୍ଚାୟତ ଜାଗିଆପଡା ଗାଁର ଘଟଣା । ଜାତିଗତ ଭେଦଭାଦକୁ  ନେଇ ହୋଇଥିଲା ବୋମାମାଡ । 

ଘଟଣାର ସାକ୍ଷୀ ଥିବା ଜାଗିଆପଡା ଗାଁର ପ୍ରଭାତ ରାଉତଙ୍କୁ ଭୟଭୀତ କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ଅଜୁ । ୧୩ ତାରିଖ ରାତିରେ ତାଙ୍କ ଘର ଉପରକୁ ବୋମାମାଡ କରିଥିଲା । ତେବେ ୪ ଦିନ ପରେ ଅଜୁକୁ ଗିରଫ କରିଛି ପୋଲିସ । ଫେରାର ୨ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଆଠଗଡ ଥାନା ଅଧିକାରୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.