ବଣାଇ୧୩/୧୨: ସୁନ୍ଦରଗଡ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସବୁଠୁ ବଡ କଥା ହେଉଛି ହତ୍ୟାରେ ସ୍ବାମୀ ଦେବେନ ବେହେରାଙ୍କ ସଂପୃକ୍ତିକୁ ସନ୍ଦେହ କରୁଛି ପୋଲିସ । ଦେବେନଙ୍କ ସହ ଜଣେ ପୋଲିସ କର୍ମଚାରୀ ଓ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖି ଛାନ୍ଭିନ୍ ଚଳାଇଛି ପୋଲିସ ।
ଗୁରୁବାର ବିଳମ୍ବିତ ରାତିର ଘଟଣା । ବଣାଇ ଟିକାୟତପାଲି ଥାନା ଝାଡିପାଲି ଗାଁର ସୌମ୍ୟାମୟୀ ବେହେରାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ରାତିରେ କବାଟ ବାଡେଇଥିଲେ ୨ ଦୁର୍ବୃତ୍ତ । କେହି ଚିହ୍ନା ଲୋକ ଭାବି କବାଟ ଖୋଲିଥିଲେ ସୌମ୍ୟା । ତେବେ କବାଟ ଖୋଲିବା ମାତ୍ରେ ୨ ଜଣ ତାଙ୍କ ବେକରୁ ସୁନା ଚେନ ଟାଣିବାକୁ ଉଦ୍ୟମ କରିଥିଲେ । ତେବେ ସୌମ୍ୟା ପାଟିକରିବାରୁ ଧରାପଡିଯିବା ଭୟରେ ଛାତିକୁ ଗୁଳି କରି ଫେରାର ହୋଇଯାଇଥିଲେ ଲୁଟେରା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୌମ୍ୟ ୭ ମାସର ଗର୍ଭବତୀ ଥିଲେ ।
ଝିର୍ଡାପାଲି ଗାଁର ଏହି ହତ୍ୟାକାଣ୍ଡକୁ ନେଇ ଏବେ ଠିଆ ହୋଇଛି ଅନେକ ପ୍ରଶ୍ନ । ସୁନା ଚେନ୍ ଲୁଟ୍ ପାଇଁ ୭ମାସର ଗର୍ଭବତୀ ଥିବା ସୌମ୍ୟାଙ୍କୁ ଫାୟାରିଂ କରାଯାଇଛି ନା ଏହା ସୁପରିକଳ୍ପିତ ହତ୍ୟା । ଯଦି ହତ୍ୟା କରାଯାଇଛି କିଏ ଓ କେଉଁ ଉଦ୍ଦେଶ୍ୟରେ କରିବ ? ଘରେ ସ୍ବାମୀଙ୍କ ସହ ଅନ୍ୟ ସଦସ୍ୟ ଥାଇ ସୌମ୍ୟ କାହିଁକି ଏତେ ରାତିରେ କବାଟ ଖୋଲିବାକୁ ଗଲେ ? ପ୍ରକୃତରେ ସୌମ୍ୟା ଏକା ଯାଇଥିଲେ ନା ତାଙ୍କୁ କିଏ କବାଟ ଖୋଲିବାକୁ ବାଧ୍ୟ କରିଥିଲା ? ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତନାଘନା କରୁଛନ୍ତି ରାଉରକେଲା ଏସ୍ପି । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ସୌମ୍ୟାମୟୀଙ୍କ ମୃତ୍ୟୁ ରହସ୍ୟ ।