ଭୁବନେଶ୍ବର ୧୮।୧୨: ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ଗ୍ରାମସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ୍ ପଡ଼ିଛନ୍ତି । କାହାକୁ ବାଦ୍ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି । ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି ସେମାନଙ୍କୁ ସାମିଲ କରାଯାଉଛି । ପୂର୍ବ ସରକାରରେ ଆକ୍ରୋଶମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।
You Can Read:
ବନ ସୁରକ୍ଷା କର୍ମଚାରୀଙ୍କୁ କାଠ ଫାଳିଆରେ ମାଡ଼ : ମୁଣ୍ଡ ଓ ହାତରେ ଲାଗିଛି ଗଭୀର ଆଘାତ