ଦାମୀ କାର୍‌ରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା : ଗିରଫ ୩ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ଚାଲିଛି ଶୁଣାଣି

Published By : Prameya-News7 Bureau | December 18, 2024 IST

ଭୁବନେଶ୍ବର ୧୮।୧୨: ଭୁବନେଶ୍ବରରେ ସିବିଆଇ ରେଡ଼୍‌ ବେଳେ ଦାମୀ କାର୍‌ରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତ ଗିରଫ ମାମଲାର ଚାଲିଛି ଶୁଣାଣି । ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନେଇ ଶୁଣାଣି ଚାଲିଛି । ଭୁବନେଶ୍ବର ସିବିଆଇ କୋର୍ଟ-୧ରେ ଶୁଣାଣି ଚାଲିଥିବା ସୂଚନା ମିଳିଛି । ସିବିଆଇ ପକ୍ଷରୁ ଓକିଲ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଯେ, ଅଭିଯୁକ୍ତଙ୍କୁ ଜାମିନ ମିଳିଲେ ଏଭିଡେନ୍ସ ଟ୍ୟାମ୍ପରିଂ ହୋଇପାରେ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର CBIରେ ହାଜର ହୋଇଥିଲେ ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ (ଇଣ୍ଡିଆ) ଲିମିଟେଡ୍ର ଜେନେରାଲ ମ୍ୟାନେଜର ଭୂପେନ୍ଦ୍ର କୁମାର ସିଂହ । ଭୂପେନ୍ଦ୍ରଙ୍କୁ ମାରାଥନ ଜେରା କରିଥିଲା CBI । ଗତ ୪ ତାରିଖରେ IAS ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ବ୍ରିଜ୍‌ ଆଣ୍ଡ ରୁଫ୍‌  କମ୍ପାନୀ ଜିଏମ୍ ଭୂପେନ୍ଦ୍ର କୁମାର ସିଂହ ଓ ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ ଦେଖା କରିବାକୁ ଲେଖିଥିବା ଚିଠି ସାମ୍ନାକୁ ଆସିଥିଲା । ଏମାନେ ୫ ତାରିଖ ଦିନ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ସମୟ ମାଗିଥିଲେ । ହେଲେ ୭ ତାରିଖ ଦିନ ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀ ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରିଥିଲା CBI । ଚଞ୍ଚଲଙ୍କ ସହ ସୁପରକ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହରଣାଙ୍କୁ ଉଠାଇବା ସହ କାର୍‌ରୁ ୧୦ ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଥିଲେ CBI ଅଧିକାରୀ । 

ଟେଣ୍ଡର ଫିକ୍ସିଂ ପାଇଁ ଲାଞ୍ଚ କାରବାରକୁ ନେଇ CBI ଖୋଳତାଡ଼ ଚଳାଇଥିବା ବେଳେ ତିନି ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା ଏବେ ଜେଲ୍‌ ଯାଇଛନ୍ତି । ଆଉ ମଙ୍ଗଳବାର ବ୍ରିଜ୍‌ ଆଣ୍ଡ ରୁଫ୍‌  କମ୍ପାନୀ ଜିଏମ୍ ଭୂପେନ୍ଦ୍ର କୁମାର ସିଂହଙ୍କୁ ଜେରା କରିଥିଲା CBI । ଏଥି ସହ କମ୍ପାନୀର କିଛି କର୍ମଚାରୀଙ୍କୁ ମଧ୍ୟ CBI ଜେରା କରିଥିଲା । ଜବତ ଦସ୍ତାବିଜ୍‌ ଆଧାରରେ ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି CBI ।

You Can Read:

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି, ୨୩୧ କୋଟି ଠକେଇ ଅଭିଯୋଗରେ ଚଢାଉ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.