ଆଠଗଡ଼ ୧୬।୧୨ : ଆଠଗଡ଼ ଜାଗିଆପଡ଼ା ଗାଁରେ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଠଗଡ଼ ପୋଲିସ । ଗିରଫ ଜଣକ ହେଲେ ଜାଗିଆପଡ଼ା ଗାଁର ଅଜୁ ଓରଫ ବିଷ୍ଣୁଚରଣ ଖଟୁଆ ବୋଲି ଜଣାପଡିଛି । ଏହାସହ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।
ଖବର ଅନୁଯାୟୀ, ଏକ ଜାତିଆଣ ଆକ୍ଷେପ ମାମଲାରେ ସାକ୍ଷୀ ଥିବା ଜାଗିଆପଡ଼ା ଗାଁର ପ୍ରଭାତ ରାଉତଙ୍କୁ ଡରାଇବା ପାଇଁ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା । ଗତ ୧୩ ତାରିଖରେ ଏହି ବୋମାମାଡ଼ ହୋଇଥିଲା । ଶେଷରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଅଜୁ ଓରଫ ବିଷ୍ଣଚରଣ ଖଟୁଆଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ବାକି ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।