‘ପୁଷ୍ପା-୨’ ପ୍ରିମିୟରରେ ଦଳାଚକଟା ଘଟଣା ; ଭେଣ୍ଟିଲେଟରରେ ୯ ବର୍ଷର ଶ୍ରୀ ତେଜ୍, ବଢିବ ଅଲ୍ଲୁଙ୍କ ଅଡୁଆ

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ ୧୮।୧୨; ଅଲୁ ଅର୍ଜୁନଙ୍କ ଦମ୍‌ଦାର ଫିଲ୍ମ 'ପୁଷ୍ପା ୨'।  ଫିଲ୍ମର ପ୍ରିମିୟର୍ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ।  ତାଙ୍କର ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୪ରୁ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ ଅପଡେଟ୍‌ ଆସିଛି। ଶିଶୁର ଅବସ୍ଥା ଗୁରୁତର ରହିଛି । ନିଶ୍ୱାସ ଅଭାବରୁ ବ୍ରେନ୍‌ ଡେଡ୍‌ କୁହାଯାଉଛି। ପିଲାର ନ୍ୟୁରୋଲୋଜିକାଲ ସ୍ଥିତିରେ କୌଣସି ସୁଧାର ନାହିଁ । ଯେଉଁଥିପାଇଁ ପିଲାକୁ ମେକାନିକାଲ ଭେଣ୍ଟିଲେସନରେ ରଖାଯାଇଛି। 

ଭେଣ୍ଟିଲେଟରରେ ଅଲୁ ଅର୍ଜୁନଙ୍କ ଫ୍ୟାନ୍ସ

ମଙ୍ଗଳବାର ଦିନ ହାଇଦ୍ରାବାଦ ପୋଲିସ କମିଶନର, ତେଲେଙ୍ଗାନା ସରକାରୀ ସ୍ୱାସ୍ଥ୍ୟ ସଚିବଙ୍କ ତରଫରୁ ହସ୍ପିଟାଲ ପରିଦର୍ଶନ କରି ୯ ବର୍ଷର ପିଲା ଶ୍ରୀ ତେଜାଙ୍କ ବିଷୟରେ ପଚାରି ବୁଝିଛନ୍ତି। ହାଇଦ୍ରାବାଦ ସିଟି ପୋଲିସ୍ ଏକ୍ସରେ ସେୟାର କରିଥିବା ଏକ ପୋଷ୍ଟ ଅନୁଯାୟୀ ଡାକ୍ତରମାନେ ସେମାନଙ୍କୁ ସୂଚନା ଦେଇଛନ୍ତି ଯେ ବାଳକକୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସା କରାଯାଉଛି । ଚିକିତ୍ସା ଦୀର୍ଘକାଳୀନ ହେବାର ସମ୍ଭାବନା ରହିଛି।

ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଆହତ ହେବା ପରେ ଅଣନିଶ୍ଵାସ ହୋଇଥିବା ଶିଶୁଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୧୦ରେ ଅକ୍ସିଜେନ ସପୋର୍ଟରୁ ହଟାଇ ଦିଆଯାଇଥିଲା, କିନ୍ତୁ ଡିସେମ୍ବର ୧୨ରେ ତାଙ୍କ ଅବସ୍ଥା ପୁଣି ଖରାପ ହୋଇଗଲା । ଏହି ସମୟରେ ହାଇଦ୍ରାବାଦ ନଗର ପୋଲିସ କମିଶନର ଡାକ୍ତରଖାନା ପରିଦର୍ଶନ କରିବା ପରେ ସେ ସୂଚନା ଦେଇଛନ୍ତି ଯେ ୯ ବର୍ଷିୟ ଶ୍ରୀ ତେଜଙ୍କର ନିଶ୍ୱାସ ପ୍ରଶ୍ୱାସ ଅଭାବରୁ ବ୍ରେନ୍‌ ଡେଡ୍‌ ହୋଇଯାଇଛି । ସୁସ୍ଥ ହେବା ପାଇଁ ତାଙ୍କୁ ବହୁତ ସମୟ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.