ସଂପର୍କୀୟଙ୍କ ଘରେ ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ, ଫେରିଲାବେଳକୁ ସବୁ ନେଇଯାଇଛନ୍ତି ଲୁଟେରା

Published By : Prameya-News7 Bureau | December 20, 2024 IST

ବାଲିପାଟଣା ୨୦/୧୨: ପରିବାର ସହ ଶୁଦ୍ଧିକ୍ରିୟାରେ ଯାଇଥିଲେ । ଘରକୁ ଫେରିଲା ବେଳକୁ ସବୁ ଗୋଲ୍‌ । ସବୁ ଖୋଲାମେଲା ହୋଇ ପଡିଛି । ସବୁ ଲୁଟି ନେଇ ଯାଇଛନ୍ତି ଲୁଟେରା । ବାଲିପାଟଣା ଥାନା ଅଠାନ୍ତର ମେଡିକାଲ ଛକରେ ଥିବା ମହିଳା ଆଡଭୋକେଟ ନମିତା ସାମନ୍ତସିଂହାରଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । 

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି ଚୋର । ନମିତା ପରିବାର ଲୋକଙ୍କ ସହ ଏକ ଶୁଦ୍ଧକ୍ରିୟାରେ ଯୋଗ ଦେବାକୁ ଯାଇଥିଲେ । ଘରେ ତାଲା ପକାଇ ସଂପର୍କୀୟଙ୍କ ଘରେ ଚାବି ଦେଇଥିଲେ । ତେବେ ଗୁରୁବାର ଦିନ ତାଲା ଭଙ୍ଗା ଯାଇଥିବା ସଂପର୍କୀୟ ଜାଣିବା ପରେ ନମିତାଙ୍କୁ ଖବର ଦେଇଥିଲେ । ସିଡି ଘର ଭାଙ୍ଗି ଚୋର ଘରେ ପଶିଥିବା ଜଣାପଡିଛି ।

 ଘରେ ଥିବା ଗଡରେଜ,ଟ୍ରଙ୍କ ଓ ଆଟାଚି ଭାଙ୍ଗି ଲୁଟିନେଇଯାଇଛନ୍ତି ଲୁଟେରା । ବାଲିପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛି । କିଛି ଦିନ ଧରି ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଲଗାତାର ଚୋରି ହେଉଥିଲା । ପୋଲିସର କଡା ପହରା ସତ୍ତ୍ବେ ବେଧଡକ ଲୁଟ୍‌ପାଟ୍‌ ଚଲାଇଥିଲେ ଲୁଟେରା । ଏବେ ଆପାର୍ଟମେଣ୍ଟ ଛାଡି ଅନ୍ୟସ୍ଥାନକୁ ମୁହାଁଇଛନ୍ତି ଲୁଟେରା । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.