ଚାନ୍ଦବାଲିରେ ବଧୂହତ୍ୟା ଅଭିଯୋଗ,ସ୍ବାମୀ ସହ ୪ ଜଣଙ୍କ ନାଁରେ ମାମଲା

Published By : Prameya-News7 Bureau | December 21, 2024 IST

ଚାନ୍ଦବାଲି୨୧/୧୨: ବାହାଘରକୁ ୮ ଦିନ ଯାଇନି। ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ଶାରିରୀକ ଓ ମାନସିକ ନିର୍ଯାତନା । ଶେଷରେ ଯୌତୁକ ଜୁଇରେ ବଳି ପଡିଲେ ମହିଳା  । ବିବାହର ୫ମାସ ପୂର୍ବରୁ ମହିଳାଙ୍କୁ ଶାଶୁ ଘର ଲୋକ ମାରିଦେଇଥିବା ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । 

ମୃତ ମହିଳା କେନ୍ଦ୍ରାପଡା ରାଜକନିକା ଥାନା ଅଧୀନ ହଟିଆପଡା ଗାଁର ବୁଦ୍ଧଦେବ ସାହୁଙ୍କ ଝିଅ ଅନସୂୟା ସାହୁ । ସେ ଚଳିତ ବର୍ଷ ଜୁଲାଇ ମାସରେ ଚାନ୍ଦବାଲି ଏନ୍‌ଏସି କୃଷ୍ଣପୁର ୱାର୍ଡର ଲକ୍ଷ୍ମୀଧର ବେହେରାଙ୍କ ପୁଅ ଚିତ୍ତରଞ୍ଜନ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହର ମାତ୍ର ୮ ଦିନ ପରେ ଅନସୂୟାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା ।

 ଏମିତିକି ଝିଅକୁ ଜୀବନରୁ ମାରିଦେବାର ଧମକ ଦେଇଥିବା କହିଛନ୍ତି ମୃତ ଅନସୂୟାଙ୍କ ମାଆ ସୁକାନ୍ତି ସାହୁ । ଯାହା ଧମକ ଦେଇଥିଲେ ସେୟା କଲେ । ବାହାଘର ୫ ମାସ ପୁରିନି ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସ୍ବାମୀ ଚିତ୍ତରଞ୍ଜନଙ୍କ ସହ ପରିବାରର ଆଉ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.