ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ, ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ଦଳ

Published By : Prameya-News7 Bureau | December 23, 2024 IST

ଭୁବନେଶ୍ୱର ୨୩/୧୨: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି  ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ । 

ଚା' ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା କଥା ଗୁଡିକ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନଙ୍କ ବିରୋଧୀଙ୍କ ସହ ଆଲୋଚନା କରି ସେ ଏହି ବହି ଲେଖିଛନ୍ତି । 


ଯଦି ରୁବେନ ବାନାର୍ଜୀ ପ୍ରକୃତ ଅଣ୍ଡିର ପୁଅ ଉଦ୍ଧବ, ତେବେ ସେ ବିଜେପି ବିରୋଧରେ ୪୦୦ ପାର ପ୍ରସଙ୍ଗରେ ଗୋଟିଏ ବାକ୍ୟ ଲେଖନ୍ତୁ। ଆଇନର ଆଶ୍ରୟ ନେବେ କି ପ୍ରଶ୍ନର ଉତ୍ତରରେ ଅରୁଣ କହିଥିଲେ ଏହା ଭିନ୍ନ ପ୍ରସଙ୍ଗ । କିନ୍ତୁ ଆମେ ଏହି ବହିକୁ ପ୍ରତ୍ୟାଖ୍ୟାନ କରୁଛୁ। 

ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲ୍‌ଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପ୍‌ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ । 

ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ, 'ନବୀନ ପଟ୍ଟନାୟକ- The authoritative biography revised after 2024 election' । ପୁସ୍ତକର ସବୁଠାରୁ ଚର୍ଚ୍ଚିତ chapter ହେଲା ପାଣ୍ଡିଆନ୍ ପଜଲ୍। ନବୀନ ଓ ବିଜେଡି ଉପରେ କିପରି ପାଣ୍ଡିଆନ୍‌ଙ୍କର ପ୍ରଭାବ ପଡିଛି ତା ଉପରେ ଆଲୋକପାତ କରାଯାଇଛି ପୁସ୍ତକରେ । 

ସେ ଆହୁରି ଲେଖିଛନ୍ତି ନବୀନଙ୍କ ବିଶ୍ବାସଭାଜନ ହେବା ପାଇଁ ପାଣ୍ଡିଆନ କେମିତି ବୈଜୟନ୍ତ ଓ ଅନ୍ୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ପାଣ୍ଡିଆନ କେମିତି ସରକାରକୁ ଅକ୍ତିଆର କରିଥିଲେ ତାହା ଉଲେଖ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.