କେନ୍ଦ୍ରର ଆଉ ଏକ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବିରୋଧ, କହିଲେ-ନୂଆ UGC ନିୟମ ମଞ୍ଜୁର ନୁହେଁ

Published By : Prameya-News7 Bureau | January 07, 2025 IST

livehindustan

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପୁଣି ଥରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ତାମିଲନାଡୁରେ ନୂଆ ୟୁଜିସି ନିୟମ ମଞ୍ଜୁର ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଡ୍ରାଫ୍ଟ ବିନିମୟ ୨୦୨୫, ରାଜ୍ୟପାଳଙ୍କୁ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଶକ୍ତି ପ୍ରଦାନ କରୁଛି ଏବଂ ଅଣ ଶିକ୍ଷାବିତଙ୍କୁ ଏହି ପଦରେ ନିଯୁକ୍ତି ପାଇଁ ଅନୁମତି ଦେଉଛି। ଏହା ସଂଘବାଦ ଓ ରାଜ୍ୟର ଅଧିକାର ଉପରେ ସିଧାସଳଖ ହମଲା। 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଜାନୁଆରୀ ୬ରେ ନୂଆଦିଲ୍ଲୀରେ ଜାରି ୟୁଜିସି ବିନିୟମ, ୨୦୨୫ର ଡ୍ରାଫ୍ଟ ଉପରେ ଷ୍ଟାଲିନ କହିଛନ୍ତି ଯେ, ଏହା କେନ୍ଦ୍ର ସରକାରଙ୍କ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବାକୁ ଏକ ପ୍ରୟାସ। ଏହି ବିନିୟମ ବିଶ୍ଵ ବିଦ୍ୟାଳୟ ଓ କଲେଜ୍‌ରେ ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି ପଦନ୍ନୋତି ପାଇଁ ସର୍ବନିମ୍ନ ଯୋଗ୍ୟତା ନିର୍ଦ୍ଧାରିତ କରିଥାଏ ଓ ଉଚ୍ଚ ଶିକ୍ଷାରେ ମାନଦଣ୍ଡ ସ୍ଥିର କରିଥାଏ। 

Also read: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଫେବୃୟାରୀ ୫ ଭୋଟ, ୮ରେ ରେଜଲ୍ଟ

ଏହା ଉପରେ ଆପତ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ୍ସରେ ପୋଷ୍ଟ କରି  କହିଛନ୍ତି, ଶିକ୍ଷା ଜନତାଙ୍କ ଦ୍ଵାରା ନିର୍ବାଚିତ ଲୋକଙ୍କ ହାତରେ ରହିବା ଉଚିତ୍। ନା ବିଜେପି ସରକାର ଇସାରାରେ କାମ କରୁଥିବା ରାଜ୍ୟପାଳଙ୍କ ହାତରେ ରହିବା ଉଚିତ୍। ଶିକ୍ଷା ଆମ ସମ୍ବିଧାନରେ ସଭିଙ୍କ ପାଇଁ ସମାନ। ଏଥିପାଇଁ ଆମେ ମାନୁଛୁ ୟୁଜିସି ଦ୍ଵାରା ଯେଉଁ ପଦକ୍ଷେପ ଓ ଅଧିସୂଚନା ଜାରି କରାଯାଇଛି ତାହା ଅସାମ୍ବିଧାନିକ। ଏହାକୁ ସ୍ଵୀକାର କରାଯାଇ ପାରିବ ନାହିଁ। ତାମିଲନାଡୁ ଆଇନ ଓ ରାଜନୈତିକ ଭାବେ ଏହାର ମୁକାବିଲା କରିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.