ନୂଆଦିଲ୍ଲୀ ୦୭/୦୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଫେବୃୟାରୀ ୫ରେ ୭୦ ବିଧାନସଭା ଆସନରେ ହେବ ଭୋଟ । ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତେବେ ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜାନୁଆରୀ ୧୭ ଯାଏ ଚାଲିବ ନାମାଙ୍କନ । ଜାନୁଆରୀ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜାନୁଆରୀ ୨୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।
ସୂଚନା ଥାଉକି, ଘୋଷଣା ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ । ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।
#WATCH | Delhi to vote in a single phase on February 5; counting of votes on February 8 #DelhiElections2025 pic.twitter.com/QToVzxxADK
— ANI (@ANI) January 7, 2025
କହିରଖୁ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମୁଖ୍ୟ ଭାବେ ଆପ୍, ବିଜେପି ଏବଂ କଂଗ୍ରେସ ରେସରେ ଅଛନ୍ତି । ଏହି ତିନି ଦଳ ହିଁ ନିର୍ବାଚନରେ ପରସ୍ପରକୁ ଟକ୍କର ଦେବେ । ତେବେ ତାରିଖ ଘୋଷଣା ପୂର୍ବରୁ ହିଁ ଆପ୍ ଆଉ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି, ଯାହାକୁ ନେଇ ସରଗରମ ହେଇଛି ଦିଲ୍ଲୀ ରାଜନୀତି ।
#WATCH | #DelhiElections2025 | Chief Election Commissioner Rajiv Kumar says, "...People also go to the level of threatening the polling officers but we restrain ourselves because it disturbs the level playing field. It is the duty of star campaigners and those who are involved in… pic.twitter.com/s5wz3lFQDZ
— ANI (@ANI) January 7, 2025
ଗତଥର ୨୦୨୦ ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରୀ ୮ ତାରିଖରେ ହେଇଥିଲା । ଆଉ ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିଥିଲା । ଯାହାର ରେଜଲ୍ଟ ଫେବ୍ରୁଆରୀ ୧୧ ତାରିଖରେ ଆସିଥିଲା । ଏହି ନିର୍ବାଚନରେ ଆପ୍ ଜିତାପଟ ହାସଲ କରିବା ସହିତ ଫେବ୍ରୁଆରୀ ୧୬ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।
ଗତ ଦୁଇ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୦ରୁ ଅଧିକ ସିଟ୍ ଜିତିଥିଲା । ୨୦୧୫ରେ ଆପ୍ ୬୭ ଆସନ ହାତେଇଥିବାବେଳେ, ୨୦୨୦ରେ ୬୨ ଆସନ ଜିତିଥିଲା । ସେହିଥର ବିଜେପି ୮ଟି ସିଟ୍ ଜିତିବାରେ ସକ୍ଷମ ହେଇଥିଲା । ଆଉ ଗତ ଦୁଇଟି ଯାକ ନିର୍ବାଚନରେ କଂଗ୍ରେସର ହାତ ଖାଲି ପଡିଥିଲା ।