ଭୁବନେଶ୍ବର ୦୮।୧୦: ପ୍ରବାସୀ ଭାରତୀୟ ମହାକୁମ୍ଭ ଶୁଭାରମ୍ଭ। ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି । ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାକମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଉପସ୍ଥିତ ରହିଛନ୍ତି।
ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ। ଗୁରୁବାର ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ମହାକୁମ୍ଭରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ଜନ୍ମଭୂମି ଭାରତର ବିକାଶ ପାଇଁ ହେବ ମାନସ ମନ୍ଥନ। ନିବେଶ ଆସିବ, ପର୍ଯ୍ୟଟନ ବଢ଼ିବ। ଦେଶ ବିକାଶରେ ନୂଆ ଉଡ଼ାଣ ଭରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅଜସ୍ର ସ୍ନେହ ଶ୍ରଦ୍ଧାର ସହ ଏହି ଦିନର ଅପେକ୍ଷାରେ ଥିଲୁ। ଅପେକ୍ଷାର ଅନ୍ତ ଘଟିଲା। ସମ୍ପର୍କ ଆହୁରି ସୃଦୁଢ ହେବ। ଜଗନ୍ନାଥଙ୍କ ମାଟିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ। ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚରାଲ ଆମ୍ବାସାଡର। ଆପଣଙ୍କ ସଫଳତା ଆମକୁ ଖୁସି ଦିଏ । ଓଡିଶାର ସଂସ୍କୃତି ଐତିହ୍ୟ ସ୍ବତନ୍ତ୍ର। ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥାନ ବୁଲନ୍ତୁ ଡଲମା, ରସଗୋଲା ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ ।
ସେହିପରି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ,, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜୟ ଜଗନ୍ନାଥ ଅଭିଭାଷଣ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ । କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା ।