ମୁମ୍ବାଇ ୮।୧: କବି, ଲେଖକ, ସମ୍ପାଦକ ତଥା ଫିଲ୍ମ ମେକର ପ୍ରତିଶ ନନ୍ଦୀଙ୍କର ବୁଧବାର ୭୩ ବର୍ଷ ବୟସରେ ପରଲୋକ ହୋଇଛି। ଏହି ସୂଚନା ତାଙ୍କ ପୁତ୍ର କୁଶନ ନନ୍ଦୀ ଦେଇଛନ୍ତି। ବଲିଉଡ ଅଭିନେତା ଅନୁପମ ଖେର ପ୍ରିତିଶ ନନ୍ଦୀଙ୍କୁ ମନେ ପକାଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ତାଙ୍କୁ ଅଦଭୁତ କବି, ଲେଖକ, ଫିଲ୍ମକାର ଓ ଅଦ୍ୱିତୀୟ ସମ୍ପାଦକ ଏବଂ ପତ୍ରକାର ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶିଦ୍ଧ ଲେଖକ ପ୍ରତିଶ ନନ୍ଦୀ ରାଜ୍ୟସଭାରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ।
ନନ୍ଦୀ ସୂଚନ ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ସ୍ଥାପିତ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଉନ୍ନୟନ ନିମନ୍ତେ ଗଠିତ କମିଟିର ନେତୃତ୍ୱ ମଧ୍ୟ ନେଇଥିଲେ ଓ ୨୦୧୧ ମସିହାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ରାଜ୍ୟସଭା ସାଂସଦ ଭାବେ ସେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ନିମନ୍ତେ ପାଳିତ ହୋଇଥିବା ଉତ୍ସବ କମିଟିର ସଦସ୍ୟ ସମେତ, ପ୍ରତିରକ୍ଷା ସଂସଦୀୟ କମିଟି, ସଞ୍ଚାର ନିମନ୍ତେ ସଂସଦୀୟ କମିଟି, ବିଦେଶ ବ୍ୟାପାର ସଂସଦୀୟ କମିଟି ସମେତ ଅନ୍ୟ କେତେକ କମିଟିର ମଧ୍ୟ ସଦସ୍ୟ ଥିଲେ।
Deeply deeply saddened and shocked to know about the demise of one of my dearest and closest friends #PritishNandy! Amazing poet, writer, filmmaker and a brave and unique editor/journalist! He was my support system and a great source of strength in my initial days in Mumbai. We… pic.twitter.com/QYshTlFNd2
— Anupam Kher (@AnupamPKher) January 8, 2025
ପ୍ରିତିଶ ନନ୍ଦୀ ୧୯୯୩ ମସିହାରେ ପ୍ରତିଶ ନନ୍ଦୀ କମ୍ୟୁନିକେସନର ସ୍ଥାପନା କରିଥିଲେ, ଯାହାର ସେ ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଓ କ୍ରିଏଟିଭ ସଂରକ୍ଷକ ଥିଲେ। ତାଙ୍କ କମ୍ପାନୀର ପ୍ରଥମ କାର୍ଯ୍ୟକ୍ରମ ‘ଦି ପ୍ରିତିଶ ନନ୍ଦୀ ସୋ’ ନାମକ ଏକ ଚାଟ ସୋ ଭାରତର ସାର୍ବଜନୀନ ପ୍ରସାରଣ ଚ୍ୟାନେଲ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଏହା ଭାରତୀୟ ଟେଲିଭିଜନରେ ପ୍ରସାରଣ ହୋଇଥିବା ପ୍ରଥମ ସିଗ୍ନେଚର ସୋ ଥିଲା।
ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସ୍ମରଣୀୟ ଫିଲ୍ମ ନିର୍ମାଣ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ କମ୍ପାନୀ ପ୍ରିତିଶ ନନ୍ଦୀ କମ୍ୟୁନିକେସନ ଭାରତରେ ମଲ୍ଟିପ୍ଲେକ୍ସ ଫିଲ୍ମ ଶୈଳୀର ନେତୃତ୍ୱ ନେଇଥିଲା। ତାଙ୍କ ନିର୍ମିତ ଫିଲ୍ମ ମଧ୍ୟରେ ‘ଚାମେଲୀ’ ଓ ‘ପ୍ୟାର କା ସାଇଡ ଇଫେକ୍ଟ’ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା।