ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ମନ୍ଦିରରେ ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନର ଟିକେଟ୍ ପାଇଁ ଦଳଚକଟା ହେବା ଯୋଗୁ ଏଭଳି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ବୁଧବାର ସକାଳୁ ପାଖାପାଖି ୪ ହଜାର ଲୋକେ ଭକ୍ତ ଟିକେଟ ଧାଡ଼ି ଲଗାଇଥିଲେ। ତେବେ ଟୋକେନ୍ ବଣ୍ଟନ ପାଇଁ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇଭାକୁ କୁହାଯିବାରୁ ଏହି ଘଟଣା ଘଟିଥିଲା ଦଳଚକଟା ପରେ ସେଠାରେ ପ୍ରଭଳ ହୋହଲ୍ଲା ହୋଇଥିଲା। ମଲ୍ଲିକା ନାମକ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।
ଦଳାଚକଟା ଘଟଣା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଚେୟାରମ୍ୟାନ୍ ବି.ଆର ନାଇଡୁ ବର୍ତ୍ତମାନ ଏକ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକ ସରିବା ପରେ ସେ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସମ୍ବୋଧିତ କରିବେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଶ୍ଚର୍ଯ୍ୟ ଏବଂ ଦୁଃଖ ପ୍ରକାଶ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ତିରୁମାଲା ତିରୁପତି ଦେବସ୍ତାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଜେ ସ୍ୟାମଲା ରାଓ ଜାନୁୟାରୀ ୧୦ ରୁ ୧୯, ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବୈକୁଣ୍ଠ ଏକାଦାସୀ ଏବଂ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ବିସ୍ତୃତ ବ୍ୟବସ୍ଥା ତଦାରଖ କରିଥିଲେ। ସାଧାରଣ ତୀର୍ଥଯାତ୍ରୀଙ୍କୁ ବୈକୁଣ୍ଠ ଦ୍ୱାର ଦର୍ଶନ କରାଇବା ଟିଟିଡି ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଥିଲେ।
ଏହି ସମୟ ମଧ୍ୟରେ ୭ ଲକ୍ଷ ଭକ୍ତଙ୍କୁ ରହିବା ପାଇଁ ଟିଟିଡି ବ୍ୟାପକ ବ୍ୟବସ୍ଥା କରିଛି ଏବଂ ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଏକ ସୁଗମ ତଥା ନିରାପଦ ଦର୍ଶନ ଅଭିଜ୍ଞତା ନିଶ୍ଚିତ କରିବାକୁ ବିଭିନ୍ନ ସ୍ୱତନ୍ତ୍ର ପ୍ରୋଟୋକଲ ସହିତ ବୈକୁଣ୍ଠ ଦ୍ୱାର ଦଶ ଦିନ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଥିଲେ। ଜାନୁଆରୀ ୧୦ ତାରିଖରୁ ସମସ୍ତ ପ୍ରୋଟୋକଲ ସହିତ ଭାରୋ ସାଢ଼େ ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀ ରାଓ କହିଥିଲେ। ହେଲେ ଦର୍ଶନ ଆରମ୍ଭ ନ ହେଉଣୁ ଦଳାଚକଟା ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଛି।