ଲଣ୍ଡନର ଆଇକନିକ ରିଭରସାଇଟ୍ ଷ୍ଟୁଡିଓ କିଣିଲେ ବେଦାନ୍ତ ଗ୍ରୁପ ଚେୟାରମ୍ୟାନ୍ ଅନୀଲ ଅଗରୱାଲ

Published By : Prameya-News7 Bureau | January 08, 2025 IST

internet

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଉ ଜଣେ ଭାରତୀୟଙ୍କ ପ୍ରଭାବ। ଲଣ୍ଡନର ଆଇକନିକ୍ ରିଭରସାଇଡ୍ ଷ୍ଟୁଡିଓ କିଣିଲେବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲ। ଏନେଇ ବୁଧବାର (ଜାନୁଆରୀ ୨) କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।

ରିଭରସାଇଡ୍ ଷ୍ଟୁଡିଓ ଲଣ୍ଡନର ସେଣ୍ଟରର ଥମ୍ବ ନଦୀର ଉତ୍ତରଉପକୂଳରେ ଅବସ୍ଥିତ। ଏହି ଷ୍ଟୁଡିଓ କଳା ପାଇଁ ସାରା ବିଶ୍ୱରେ  ପ୍ରସିଦ୍ଧି ଲାଭ କରିଛି। ୧୦୦ ବର୍ଷ ପୁରୁଣା ଏହି ଷ୍ଟୁଡିଓ ବର୍ତ୍ତମାନ ଅନିଲ ଅଗ୍ରୱାଲ ରିଭରସାଇଡ୍ ଷ୍ଟୁଡିଓ ଟ୍ରଷ୍ଟ ନାମରେ ପରିଚିତ ହେବ। ଏହି ଷ୍ଟୁଡିଓ କିଣିବା ପରେ ବେଦାନ୍ତ ଚେୟାରମ୍ୟାନ୍ ଅନୀଲ ଅଗରୱାଲ ଖୁସୀ ବ୍ୟକ୍ତ କରିଛନ୍ତି। 

ସେ କହିଛନ୍ତି “ମୁଁ ସବୁବେଳେ ବିଶ୍ୱାସ କରି ଆସିଛି ଯେ କଳାରେ ସୀମା ଅତିକ୍ରମ କରିବା, ଲୋକଙ୍କୁ ଏକଜୁଟ କରିବା ଏବଂ ମାନବୀୟ ଅନୁଭବକୁ ବଢ଼ାଇବାର ଶକ୍ତି ଅଛି। ଭାରତୀୟ ତଥା ବିଶ୍ୱକ କଳା ଏବଂ ସଂସ୍କୃତି ପ୍ରଦର୍ଶନ ପାଇଁ ରିଭରସାଇଡ୍ ଷ୍ଟୁଡିଓ ଏକ ଅଗ୍ରଣୀ ବିଶ୍ୱ ଗନ୍ତବ୍ୟସ୍ଥଳ ହେବ।”

ସେହିପରି ଭାରତୀୟ କଳା ଓ ସିନେମା ଜଗତକୁ ସେ ତାଙ୍କ ଷ୍ଟୁଡିଓକୁ ନିମନ୍ତ୍ରଣ ଜଣାଇଛନ୍ତି। ସେ କହିଛନ୍ତି “ଏହି ବିଶ୍ୱ ପ୍ରସିଦ୍ଧ ସ୍ଥାନରେ ନିଜ ନିଜର କଳା ପ୍ରତିଭା ଏବଂ ସିନେମା ସମ୍ପର୍କିତ ଗଭୀର ପ୍ରଦର୍ଶନ କରିବାକୁ ମୁଁ ଭାରତୀୟ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିମନ୍ତ୍ରଣ କରୁଛି। ଫଳରେ ଏହାର ସମୃଦ୍ଧି ପ୍ରକୃତରେ ଅନୁଭୂତ ହେବ। ବର୍ତ୍ତମାନ ବିଭିନ୍ନ କ୍ଷେତ୍ରର ବିଶ୍ୱସ୍ତରୀୟ ନେତାମାନେ ଏଠାକୁ ଆସି ସେମାନଙ୍କର ବାସ୍ତବ ଜୀବନର ଅନୁଭୂତି ଏବଂ ଯାତ୍ରା ସହିତ ଦର୍ଶକଙ୍କୁ ଆକର୍ଷିତ କରିବାର ସୁଯୋଗ ପାଇବେ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.