ନୂଆଦିଲ୍ଲୀ ୨୪/୦୪: ବଢିଲା IITJEE ମାଲିକ ଡିକେ ଗୋୟଲଙ୍କ ଅଡୁଆ । ଏକାସଂଗେ FIITJEE ର ୧୦ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମରେ ଥିବା FIITJEE ମାଲିକ ଡିକେ ଗୋୟଲଙ୍କ ଘର ଉପରେ ଚଢାଉ କରିଛି । ଶହ ଶହ FIITJEE କେନ୍ଦ୍ର ବନ୍ଦ ହେବା ଯୋଗୁଁ, ୧୨୦୦୦ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ତେବେ ମାଲିକ କିନ୍ତୁ ୧୨ କୋଟି ଟଙ୍କାର ଲାଭ କରିଛି।
ଫେବୃଆରୀ ପୂର୍ବରୁ, ନୋଏଡା ପୋଲିସ FIITJEE ସହ ଜଡିତ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଥିଲା। ଗୋୟଲଙ୍କ ସହ ଜଡିତ ଆକାଉଣ୍ଟରୁ ୧୧ କୋଟି ୧୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା। FIITJEE କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ କରିବା ମାମଲାରେ ନୋଏଡା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପ୍ରତିଷ୍ଠାନର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ, ପୋଲିସ FIITJEE ସହ ଜଡିତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଜବତ କରିଥିଲା । ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା।
କ୍ଲାସଗୁଡ଼ିକ ବନ୍ଦ ହେବା ପରେ FIITJEE ମାଲିକ ଦିନେଶ ଗୋୟଲ ଏବଂ ଅନ୍ୟ ଅପରେଟରମାନଙ୍କ ବିରୋଧରେ ସେକ୍ଟର ୫୮ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ, ଦିନେଶ ଗୋୟଲଙ୍କ ସମେତ ୮ ଜଣଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅପରାଧିକ ବିଶ୍ୱାସ ଭଙ୍ଗ ଭଳି ଗୁରୁତର ଅଭିଯୋଗ ଲଗାଯାଇଥିଲା।
ଇଞ୍ଜିନିୟରିଂ ଓ ମେଡିକାଲ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରୁଥିବା ଏକ ଲୋକପ୍ରିୟ କୋଚିଂ ପ୍ରତିଷ୍ଠାନ FIITJEEର ଅନେକ କେନ୍ଦ୍ର ହଠାତ୍ ବନ୍ଦ ହୋଇଯିବାର ଖବର ଆସିଥିଲା । ଅନେକ କେନ୍ଦ୍ର ମଧ୍ୟ ବନ୍ଦ ଥିଲା। କିଛି ସମୟ ଧରି କର୍ମଚାରୀମାନଙ୍କୁ ଦରମା ନ ଦେବା ଯୋଗୁଁ ଏହି ପ୍ରମୁଖ କୋଚିଂ ପ୍ରତିଷ୍ଠାନର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା ।