ନୂଆଦିଲ୍ଲୀ: ୨୦୨୪ରେ ଫିଲ୍ମ ‘କଙ୍ଗୁଭା’କୁ ଦର୍ଶକ ଯେଉଁଭଳି ଭାବେ ଅପେକ୍ଷା କରି ରହିଥିଲେ, ସେହି ଅନୁସାରେ ଫିଲ୍ମ ପସନ୍ଦ ଆସି ନ ଥିଲା। ତେଣୁ ରିଲିଜର କିଛି ଦିନ ପରେ ଫିଲ୍ମ ସିନେମା ହଲ୍ରୁ ହଟି ଯାଇଥିଲା। ଏନିମଲ ଫିଲ୍ମରେ ମ୍ୟୁଟ୍ ଭିଲେନ ଚରିତ୍ରରେ ଅଭିନୟ କରିଥିବା ବବି ଦେଓଲଙ୍କ କଙ୍ଗୁଭାଠୁ ଖୁବ୍ ଆଶା ଥିଲା। ମାତ୍ର ଏହା ବକ୍ସ ଅଫିସ୍ରେ ଧରାଶାୟୀ ହୋଇଥିଲା।
ମାତ୍ର ଏବେ ଫିଲ୍ମକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ସମସ୍ତ ସମାଲୋଚନା ସତ୍ତ୍ଵେ କଙ୍ଗୁଭା ଓସ୍କାର ୨୦୨୫ ନୋମିନେସନ ଦୌଡ଼ରେ ସାମିଲ ହୋଇଛି। ଏହା ଚକିତ କରିବା ପରି ଖବର ହୋଇଥିଲେ ହେଁ ଏହା ହିଁ ବାସ୍ତବତା। ଫିଲ୍ମର ନାଁ ଓସ୍କାର ଦୌଡ଼ରେ ଟପ୍ କଟେଣ୍ଡର ତାଲିକାରେ ରହିଛି।
ସିନେମାଘରେ ନିରାଶ କରିଥିବା କଙ୍ଗୁଭାକୁ ଓଟିଟି ଫ୍ଲାଟଫର୍ମରେ ବେଶ ଲୋକପ୍ରିୟତା ମିଳିଥିଲା। ୩୦୦ରୁ ୩୫୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠୁ ମହଙ୍ଗା ଭାରତୀୟ ଫିଲ୍ମ ମଧ୍ୟରୁ ଏକ। କିନ୍ତୁ ବକ୍ସ ଅଫିସ୍ରେ ମାତ୍ର ୧୦୬ କୋଟି ଟଙ୍କା ଆୟ କରିଥିଲା, ଯାହା ଫିଲ୍ମ ବଜେଟ୍ର ଏକ ତୃତୀୟାଂଶ ଥିଲା।
Also read: ‘ଏମର୍ଜେନ୍ସି’ର ଦ୍ଵିତୀୟ ଟ୍ରେଲର୍ ରିଲିଜ୍, କଳାକାରଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ
ଜାନୁଆରୀ ୧୭ରେ ନିଷ୍ପତ୍ତି
ପ୍ରତ୍ୟେକ ଦେଶ ନିଜ ତରଫରୁ ଓସ୍କାର ପାଇଁ ଫିଲ୍ମ ପଠାଇଥାଏ। ଭାରତ ପକ୍ଷରୁ ‘ଲାପତା ଡେଡିଜ’ ପଠାଯାଇଥିଲା। ମାତ୍ର ଏହି ଫିଲ୍ମକୁ ଅଗ୍ରାହ୍ୟ କରି ଦିଆଯାଇଥିଲା। କିନ୍ତୁ ନିର୍ମାତା ନିଜ ପକ୍ଷରୁ ସ୍ଵାଧୀନ ଭାବେ ଓସ୍କାର ପାଇଁ ନିଜ ଫିଲ୍ମକୁ ନୋମିନେସନ ପାଇଁ ପଠାଇଥାଏ। ଏମିତି ଫିଲ୍ମ ତାଲିକାରେ ଭାରତ ପକ୍ଷରୁ କଙ୍ଗୁଭା(ତାମିଲ), ଦ ଗୋଟ୍ ଲାଇଫ(ହିନ୍ଦୀ), ସନ୍ତୋଷ(ହିନ୍ଦୀ), ସ୍ଵତନ୍ତ୍ର ବୀର ସଭରକର(ହିନ୍ଦୀ), ଅଲ ଓ୍ଵି ଇମେଜିନ ଏଜ୍ ଲାଇଟ୍(ମାଲାୟଲମ-ହିନ୍ଦୀ) ଓ ଗର୍ଲ୍ସ ଓ୍ଵିଲ ବି ଗର୍ଲ୍ସ(ହିନ୍ଦୀ-ଇଂରାଜୀ)।
ନୋମିନେସନ ପାଇଁ ଭୋଟିଂ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୮ରୁ ଆରମ୍ଭ ହୋଇ ୨୦୨୫ ଜାନୁଆରୀ ୧୨ରେ ସରିବ। ଭୋଟିଂ ଫଳାଫଳ ୨୦୨୫ ଜାନୁଆରୀ ୧୭ରେ ଘୋଷିତ କରାଯିବ। ଓସ୍କାର ୨୦୨୫ ପୁରସ୍କାର ମାର୍ଚ୍ଚ ୨ରେ ଓଭେସନ ହଲିଉଡର ଡଲବି ଥିଏଟରରେ ଆୟୋଜିତ ହେବ।