ମୁମ୍ଵାଇ ୦୮।୦୧; ଉଦିତ ନାରାୟଣଙ୍କ ଘରେ ଅଗ୍ନିକାଣ୍ଡ। ରାତି ପ୍ରାୟ ୯.୧୫ ରେ ଆନ୍ଧେରି ୱେଷ୍ଟର ଶାସ୍ତ୍ରୀ ନାଗରର ଆପାର୍ଟମେଣ୍ଟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଜଣେ ବ୍ୟକ୍ତି। ସେ କହିଛନ୍ତି ଯେ ୧୧ତମ ମହଲାରେ ରହୁଥିବା ୭୫ ବର୍ଷ ବୟସରେ ଉଦିତ ନାରାୟଣଙ୍କ ପଡ଼ୋଶୀ ରାହୁଲ ମିଶ୍ରାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ଗୁରୁତର ହୋଇଥିଲେ।
ଅଗ୍ନିକାଣ୍ଡର କାରଣ କ’ଣ ଥିଲା?
ଉଦିତ ନାରାୟଣଙ୍କ କୋଠାର ଏକାଦଶ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ଫ୍ଲାଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେ ଉଦିତଙ୍କ ପଡ଼ୋଶୀ ବୋଲି କୁହାଯାଉଛି। ଘରେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ଜାରି ରହିଛି। କେତେକ ବ ବୈଦ୍ୟୁତିକ ତ୍ରୁଟି କିମ୍ବା ଦୀପ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।
ଉଦିତ ନାରାୟଣ ସୁରକ୍ଷିତ ଅଛନ୍ତି
ଗାୟକ ଉଦିତ ନାରାୟଣ ସୁରକ୍ଷିତ ଥିବା କୁହାଯାଉଛି। କିନ୍ତୁ ଏହି ଘଟଣାରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ସମୟ ପୂର୍ବରୁ ସିଙ୍ଗର ଶାନଙ୍କ ବିଲ୍ଡିଂରେ ମଧ୍ୟ ନିଆଁ ଲାଗିଯାଇଥିଲା, ସିଙ୍ଗର ଶାନ ଗଣମାଧ୍ୟମକୁ ସେହି ଘଟଣା ବିଷୟରେ ବିସ୍ତୃତ ଭାବରେ କହିଛନ୍ତି। ଶାନଙ୍କ ପରିବାରର ସମସ୍ତ ସଦସ୍ୟ ନିରାପଦରେ ଅଛନ୍ତି। କିନ୍ତୁ ସେ ଅଗ୍ନିକାଣ୍ଡ ଘଟଣାକୁ ମନେ ପକାଇ ନର୍ଭସ ହୋଇପଡିଛନ୍ତି। ମୁମ୍ବାଇରେ ଏହିପରି ଘଟଣା କ୍ରମାଗତ ଭାବରେ ଘଟୁଛି ବୋଲି ଅନେକ ସେଲିବ୍ରିଟି ଉଦ୍ବେଗ ପ୍ରକାଶ କରିଛନ୍ତି।