ନୂଆଦିଲ୍ଲୀ ୦୬।୦୧: ସାରା ବିଶ୍ବରେ ମହିଳାଙ୍କ ଦବ୍ଦବା । ଭାରତର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ରାଜ୍ କରନ୍ତି ଫିମେଲ୍ ସିଙ୍ଗ୍ର୍ । ଏମାନଙ୍କ ଗୀତରେ ଝୁମନ୍ତି ଦର୍ଶକ । କେବଳ ଯେ ଏମାନେ ନିଜ ସ୍ବରରେ ଫ୍ୟାନ୍ସଙ୍କୁ ଇମ୍ପରେସ୍ କରନ୍ତି ତା ନୁହେଁ, ଏମାନେ କୋଟିକୋଟିର କରନ୍ତି ରୋଜଗାର ।
ଭାରତ ହେଉଛି ସିଙ୍ଗର୍ସମାନଙ୍କ ଖଜାନା । ଯେଉଁଥିରେ କିଛି ଶ୍ରେଷ୍ଠ ଗାୟିକା ମଧ୍ୟ ରହିଛନ୍ତି, ଯିଏକି ସଫଳତା ସହ ମୋଟା ଅଙ୍କର ରୋଜଗାର ମଧ୍ୟ କରିଛନ୍ତି । ଏହି ଲିଷ୍ଟରେ ସ୍ବର୍ଗତ ଲତା ମଙ୍ଗେଶକର, ଶ୍ରେୟା ଘୋଷାଲ ଏବଂ ତୁଳସୀ କୁମାର ପରି ନାମୀଦାମୀ ସିଙ୍ଗର ରହିଛନ୍ତି । ନିଜର ସୁମଧୁର ସ୍ବର ପାଇଁ ଦୀର୍ଘଦିନ ଧରି ବଲିଉଡରେ କରୁଛନ୍ତି ରାଜ୍ ।
ସ୍ବର୍ଗତ ଲତା ମଙ୍ଗେଶକର । ତାଙ୍କର ପ୍ରତ୍ୟକଟି ଗୀତରେ ଝୁମନ୍ତି ଦର୍ଶକ । ସେ ଗୀତରେ ଯେମିତି ଧନରେ ସେମିତି । ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ଫିମେଲ୍ ସିଙ୍ଗର । ସ୍ବର୍ଗତ ଲତା ମଙ୍ଗେସକର ହେଉଛନ୍ତି ୩୬୮ କୋଟିର ମାଲିକାଣୀ । ତାଙ୍କର ସବୁଠାରୁ ପ୍ରସିଦ୍ଧ ଗୀତ ହେଉଛି ଲଗ ଜା ଗଲେ ।
ଏହାପଛକୁ ଅଛନ୍ତି ତୁଲସୀ କୁମାର । ସେ ହେଉଛନ୍ତି ଟି ସିରିଜ୍ର ମାଲିକ ଭୂଷଣ କୁମାଙ୍କ ଭଉଣୀ । ତୁଲସୀ କୁମାର ସଙ୍ଗୀତ ଦୁନିଆରେ ନିଜର ପରିଚୟ ତିଆରି କରିଛନ୍ତି । ତୁଳସୀଙ୍କ ଗୀତ ଶୁଣି ଲୋକେ ବିମୋହିତ ହୋଇଯାଆନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ହେଉଛିତ ୨୧୦ କୋଟିରୁ ଅଧିକ ।
ଏହାପଛକୁ ଅଛନ୍ତି ଶ୍ରେୟା ଘୋଷାଲ । ତାଙ୍କ ଗୀତ ନା କେବଳ ଭାରତରେ ପ୍ରସିଦ୍ଧ ତାନୁହେଁ ବିଦେଶରେ ମଧ୍ୟ ରହିଛି ତାଙ୍କ ଗୀତର କ୍ରେଜ୍ । ହୃଦୟକୁ ଛୁଇଁଯାଉଥିବା ଗୀତ ଯୋଗୁଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । ଶ୍ରେୟା ୧୮୦-୧୮୫ କୋଟିର ମାଲିକାଣୀ ଅଟନ୍ତି ।
ଏହାପଛକୁ ରହିଛନ୍ତି ସୁନିଧି ଚୌହାନ୍ । ତାଙ୍କ ସ୍ବରର ଯାଦୁ କାହାଠାରୁ ବି କମ୍ ନୁହେଁ । ତାଙ୍କର ଅନେକ ହିଟ୍ ଗୀତ ମଧ୍ୟ ରହିଛି । ସୁନିଧିଙ୍କ ମୋଟ ସମ୍ପତ୍ତି ୧୦୦-୧୧୦କୋଟି ଟଙ୍କା ।
ସେହିପରି ୟଙ୍ଗ ଜେନେରେସନ୍ଙ୍କ ଫେଭରେଟ୍ ସିଙ୍ଗର୍ ନେହା କକ୍କଡ । ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟ । ସେ ସୋଶିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ । ତାଙ୍କର ରହିଛନ୍ତି ଅନେକ ଫ୍ୟାନ୍ ଫଲୋଅର୍ସ । ନେହାଙ୍କ ମୋଟ ସମ୍ପତ୍ତି ହେଉଛି ୧୦୪ କୋଟିରୁ ଅଧିକ ।
ସେହିପରି ଆଶା ଭୋସଲେ ୮୦-୧୦୦କୋଟିର ମାଲିକାଣୀ ଅଟନ୍ତି । ତାଙ୍କର ସବୁଠାରୁ ହିଟ୍ ଗୀତ ହେଉଛି ଆନ୍ଖୋ କି ମସ୍ତି ମେ । ସେହିପରି ଅଲକା ୟାଗ୍ନି ୬୮ କୋଟିର ମାଲିକାଣୀ, ମୋନାଲୀ ଠାକୁର ୨୫ କୋଟି, ପଲକ ମୁଚ୍ଛଲ ୮-୯ କୋଟିର ମାଲିକାଣୀ ଏବଂ ଶିଳ୍ପା ରାଓ ପାଖାପାଖି ୧୦ କୋଟିର ମାଲିକାଣୀ ଅଟନ୍ତି ।
ଏହି ସିଙ୍ଗରମାନେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଛନ୍ତି ତା ନୁହେଁ, ନିଜର ପରିଶ୍ରମ ଏବଂ ଟ୍ୟାଲେଣ୍ଟ ଜରିଆରେ ମୋଟା ଅଙ୍କର ରୋଜଗାର କରୁଛନ୍ତି । ତାଙ୍କ ସଫଳତା ଏବଂ ସମୃଦ୍ଧି ପ୍ରମାଣ କରିଥାଏ କି ସଙ୍ଗୀତ କ୍ଷେତ୍ରରେ ମଧ୍ୟ ବହୁତ କିଛି ହାସଲ କରାଯାଇହେବ ।