ଓଡ଼ିଶା ଆତିଥ୍ୟର ରାଜ୍ୟ, ସବୁବେଳେ ସମସ୍ତଙ୍କୁ ସ୍ୱାଗତ କରିବାରେ ଏକ ନମ୍ବର : ନଗର ଉନ୍ନୟନ ମନ୍ତ୍ରୀ

Published By : Prameya-News7 Bureau | January 05, 2025 IST

ଭୁବନେଶ୍ବର ୫।୧: ଭୁବନେଶ୍ୱର ସ୍ୱାଭିମାନ ସହ ଜଡିତ ଅଛି କଳା ସଂସ୍କୃତି । ଏଭଳି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ପଥଉତ୍ସବର ଆୟୋଜନ ପ୍ରବାସୀ ଭାରତୀୟଙ୍କ ଆଗମନକୁ ଏକ ଆହ୍ୱାନ । ନିଶ୍ଚିନ୍ତ ଭାବରେ ଭୁବନେଶ୍ୱରବାସୀ ସ୍ୱାଗତ କରିବା ପାଇଁ ସଜାଗ ରହୁଛନ୍ତି । ଯେଉଁ ପ୍ରବାସୀ ଭାରତୀୟମାନ ଆସିବେ ସେ ସଭାକୁ ବହୁ ଆଡ଼ମ୍ବର ସହ ପାଳନ କରାଯିବ  ଏବଂ ସମସ୍ତ ଓଡ଼ିଶାବାସୀ ଭୁବନେଶ୍ୱରବାସୀ ସେମାନଙ୍କୁ ସ୍ୱାଗତ କରୁଛନ୍ତି । ଦୀପାବଳି ଭଳି ସମସ୍ତେ ନିଜ ନିଜ ଘରେ ଲାଇଟ୍ ଲଗାଇବା, ଘର ସାମ୍ନାରେ କୌଣସି ପ୍ରକାର ଅପରିଷ୍କାର ରଖିବା ନାହିଁ ନିଜେ ନିଜର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଏବଂ ନିଜ ସହରର ଗାରିମାକୁ ନିଜେ ରଖିବା । ପ୍ରବାସୀ ଭାରତୀୟ ଭୁବନେଶ୍ୱର, କଟକ, ପୁରୀ ଏବଂ କୋଣାର୍କର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବେ । ଏନେଇ ପୁରୀରେ ବିଭିନ୍ନ ପ୍ରକାର ମହୋତ୍ସବର ଆୟୋଜନ ମଧ୍ୟ କରାଯାଉଛି । ପ୍ରବାସୀ ଭାରତୀୟଙ୍କୁ ନେବା ପାଇଁ ଡବଲ୍ ଡେକର ବସ୍‌ର ଆୟୋଜନ ହୋଇଛି । ଏହାସହ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି, ଯେତେ ‘ଆଇବି’ ରହିଛି ସବୁ ବୁକ୍ କରାଯାଉଛି । ପ୍ରବସୀ ଭାରତୀୟଙ୍କ ପାଇଁ ଯେପରି କୌଣସି ଅସୁବିଧା ନହେବ, ଓଡ଼ିଶାର ସମ୍ମାନ ଯେମିତି ରହିବ । ଓଡ଼ିଶା ଆତିଥ୍ୟର ରାଜ୍ୟ, ସବୁବେଳେ ସମସ୍ତଙ୍କୁ ସ୍ୱାଗତ କରିବାରେ ଏକ ନମ୍ବର ।

You Can Read:

ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଜୋରଦାର, ୮୦ ପ୍ରତିଶତ କାମ ସରିଥିବା ବେଳେ ୬ ସୁଦ୍ଧା ସରିବ ସବୁ କାମ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.