ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଜୋରଦାର, ୮୦ ପ୍ରତିଶତ କାମ ସରିଥିବା ବେଳେ ୬ ସୁଦ୍ଧା ସରିବ ସବୁ କାମ

Published By : Prameya-News7 Bureau | January 05, 2025 IST

ଭୁବନେଶ୍ବର ୫।୧: ୧୮ ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ସଜେଇ ହେଉଛି ଜନତା ମଇଦାନ । ୩ ଦିନ ୮, ୯, ୧୦ରେ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଦିବସର ଉଦ୍ଘାଟନ ଉତ୍ସବରେ ଯୋଗ ଦେବେ । ୧୦ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଯାପନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଜନତା ମଇଦାନରେ ୨ଟି ଷ୍ଟେଜ ରହିଛି । ଗୋଟିଏ ଷ୍ଟେଜରେ ସମ୍ମିଳନୀ କରାଯିବ । ଆଉ ଗୋଟିଏ ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ଗୌରବ ଇତିହାସ ସହ ଆଧୁନିକ ଓଡ଼ିଶାକୁ ଦେଖାଇବା ପାଇଁ ସ୍ୱତନ୍ତ୍ର ପାଭଲିୟନ ହୋଇଛି । ଏହା ବ୍ୟତୀତ ଆଉ ୩ଟି ଥିମ୍ ପାଭଲିୟନ । ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଆଉ ରାମାୟଣ ଥିମ୍‌କୁ ନେଇ ପାଭଲିୟନ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବିଭାଗ ମଧ୍ୟ ନିଜର ଗୋଟେ ଗୋଟେ ଷ୍ଟଲ୍ ପକାଇବେ । ପଞ୍ଜାବ, ମହାରାଷ୍ଟ୍ର, କୋଲକାତା, ଗୁଜରାଟ, ଆଣ୍ଡମାନ ଓ ନିକୋବରର ପର୍ଯ୍ୟଟନସ୍ଥଳୀ ରହିବ । ପ୍ରବାସୀ ଭାରତୀୟଙ୍କ ପାଇଁ ବାଲୁକା କଳା ପ୍ରଦର୍ଶନ ମଧ୍ୟ ଜନତା ମଇଦାନରେ କାରାଯିବ । ୮୦ ପ୍ରତିଶତ କାମ ସରିଥିବା ବେଳେ ୬ ତାରିଖ ସୁଦ୍ଧା ସମସ୍ତ କାମ ସରିଯିବ ବୋଲି ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

You Can Read:

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ପାଇଁ ମକ୍ ଡ୍ରିଲ୍, ସେପଟେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡ଼ିଜି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.