ଭୁବନେଶ୍ବର ୫।୧: ଭୁବନେଶ୍ବର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାକୁ ନେଇ ମକ୍ ଡ୍ରିଲ୍ କରାଯାଇଛି । ଜନତା ମଇଦାନରେ ଅର୍ବାନ୍ ୱାର୍ ଫାୟାର ପକ୍ଷରୁ ଏହି ମକ୍ ଡ୍ରିଲ୍ ହୋଇଛି । ଆତଙ୍କବାଦୀ ଆକ୍ରମଣ ରୋକିବା ଓ ପ୍ରତିରୋଧ କରିବାକୁ ବଡ଼ ପ୍ରସ୍ତୁତି କରାଯାଇଛି । ଏସ୍ଓଜି, ଏସ୍ପିଜି, ଓଡ୍ରାଫ୍ ଓ ଅଗ୍ନିଶମ, K9 ସ୍କ୍ବାଡ୍ ଏହି ମକ୍ ଡ୍ରିଲ୍ରେ ସାମିଲ ହୋଇଛନ୍ତି ।
ସେପଟେ ଜନତା ମଇଦାନର ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ତାଙ୍କ ସହ ପୋଲିସ କମିସନର, ଭୁବନେଶ୍ୱର ଡିସିପି, ଅତିରିକ୍ତ ପୋଲିସ କମିଶନର ସାମିଲ ଥିଲେ । ଜନତା ମଇଦାନ ଚାରିପାର୍ଶ୍ଵରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦାୟିତ୍ଵ ପୋଲିସ ହାତରେ । ବହୁ ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜୋରଦାର କରାଯାଇଛି ।
ସେହିଭଳି ଜନତା ମଇଦାନ ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ତାଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ।
You Can Read:
କାର୍ ଅଛି କିନ୍ତୁ ନାହାନ୍ତି ବ୍ୟବସାୟୀ, ପରିବାର ଲୋକ ଆଣିଲେ ଅପହରଣ ଅଭିଯୋଗ