କେଜ୍ରିଓ୍ୱାଲଙ୍କ ବଡ଼ ଦାବି: ଗିରଫ ହେବେ ସିଏମ୍‌ ଆତିଶୀ, ମନୀଷ ସିସୋଦିଆଙ୍କ ଘରେ ହେବ CBI ରେଡ୍‌

Published By : Prameya-News7 Bureau | January 06, 2025 IST

News7

ନୂଆଦିଲ୍ଲୀ: ଖୁବ ଶୀଘ୍ର ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜନୈତିକ ଦଳମାନେ ଏ ସମ୍ପର୍କରେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଏମ ଆତିଶୀ ଏବଂ ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆଙ୍କ ବିଷୟରେ ଏକ ବଡ଼ ଦାବି କରିଥିଲେ ଏବଂ ବିଜେପିକୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି।

ଦିଲ୍ଲୀ ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ସୋମବାର X ରେ ପୋଷ୍ଟ କରି ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୁଁ କିଛି ଦିନ ପୂର୍ବରୁ କହିଥିଲି ଯେ ଦିଲ୍ଲୀ ସିଏମ ଅତିଶୀଙ୍କୁ ଗିରଫ କରାଯିବ ଏବଂ କିଛି ଆମ୍ ଆଦମୀ ପାର୍ଟି (ଏଏପି) ନେତାଙ୍କ ଘରେ ଚଢାଉ କରାଯିବ। ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ହେବ।

ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିଛି। ଏହି ଗିରଫଦାରୀ ଏବଂ ରେଡ୍‌ ସେମାନଙ୍କ ଭୟର ଫଳାଫଳ। କେଜ୍ରିୱାଲ ଆହୁରି କହିଛନ୍ତି ଯେ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ବିରୁଦ୍ଧରେ କିଛି ପାଇନାହାଁନ୍ତି ଏବଂ ଭବିଷ୍ୟତରେ ମଧ୍ୟ କିଛି ପାଇବେ ନାହିଁ। ଆମ୍ ଆଦମୀ ପାର୍ଟି (AAP) ହେଉଛି ଏକ ସଚ୍ଚୋଟ ପାର୍ଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.