ଭୁବନେଶ୍ୱର ୦୬।୦୧ : ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଥିବା ବିଜେପି ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଅଭିଯୋଗ କରିଛି।
ସେହିପରି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟନ ଛକରୁ ବିଜେଡି ପକ୍ଷରୁ ଶୋଭାଯାତ୍ରା ବାହାରିବ। ଲୋୟର ପିଏମଜିରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡିର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। ସେପଟେ ବିଜେଡିର ଏହି ଆନ୍ଦୋଳନକୁ କଟାକ୍ଷ କରିଛି ବିଜେପି। ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ନିଜ ଅସ୍ତିତ୍ଵ ବଞ୍ଚାଇବା ପାଇଁ ବିଜେଡି ଆନ୍ଦୋଳନ କରୁଛି। ବିଜେପି ସରକାର ଆସିବା ପରେ ୬ ମାସରେ ୧ ପ୍ରତିଶତ ମୁଦ୍ରାସ୍ଫିତି କମିଛି। ବିଜେଡିକୁ ଓଡ଼ିଶା ଲୋକ ପ୍ରତ୍ୟାଖାନ କରିଛନ୍ତି । ତେଣୁ ନିଜ ଅସ୍ତିତ୍ଵ ବଞ୍ଚାଇ ରଖିବା ପାଇଁ ବିଜେଡ଼ି ଆନ୍ଦୋଳନ କରୁଛି ।