ଦଳାଚକଟା କେସ୍‌ରେ ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ନିୟମିତ ଜାମିନ

Published By : Prameya-News7 Bureau | January 03, 2025 IST

ହାଇଦ୍ରାବାଦ ୦୩/୦୧: ପୁଷ୍ପା-୨ ଫେମ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ହାଇଦ୍ରାବାଦ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ଡିସେମ୍ବର ୪ ତେଲଙ୍ଗାନାର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିଅର ଶୋ'କୁ ଆସିଥିଲେ ଅଲ୍ଲୁ ଅର୍ଜୁନ୍। ସେହି ସମୟରେ ଅଲ୍ଲୁଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଉତ୍ସାହ ଦଳାଚକଟା ପରିସ୍ଥିତି ସୃଷ୍ଟି କରିଥିଲା । ଆଉ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ଏହି ମାମଲାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ତେଲଙ୍ଗାନା ପୋଲିସ । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ତେବେ ଏହା ବିରୋଧରେ ତୁରନ୍ତ ହାଇକୋର୍ଟରେ ଅପିଲ କରିଥିଲେ ଅଲ୍ଲୁ । ଆଉ ତାଙ୍କୁ ସେହି ଦିନ ହିଁ ଜାମିନ ମିଳିଥିଲା । ଗୋଟିଏ ରାତି ଜେଲରେ ରହିବା ପରେ ପରଦିନ ବାହାରିଥିଲେ । 

ଏବେ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ହାଇଦ୍ରାବାଦ କୋର୍ଟ । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।  ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଥିବାବେଳେ ତାଙ୍କର ୮ ବର୍ଷର ପୁଅ ଏବେବି ହସ୍ପିଟାଲରେ ଚିକିତ୍ସିତ।

Also Read- ‘ସ୍ତ୍ରୀ-୨’ ପରେ ଶ୍ରଦ୍ଧା ସାଇନ କଲେ ୩ଟି ପ୍ରୋଜେକ୍ଟ, ନୂଆ ଲୁକ୍‌ରେ ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.