ନୂଆଦିଲ୍ଲୀ: ଦକ୍ଷିଣି ଫିଲ୍ମରେ ଦିୱାନା ଫ୍ୟାନ୍। ପୁଷ୍ପା-୨ ଦ ରୁଲ୍ ସାରା ବିଶ୍ୱରେ ରାଜ କରୁଥିବା ବେଳେ ଏବେ ରାମ ଚରଣଙ୍କର ଏକ ଦମଦାର ସିନେମା ଗେମ୍ ଚେଞ୍ଜର ରିଲିଜ୍ ହେବାକୁ ଯାଉଛି। ଫିଲ୍ମକୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି। ଜାନୁଆରୀ ୧୦ ତାରିଖରେ ସିନେମା ପରଦା ଉପରକୁ ଆସୁଥିବା ବେଳେ ଏବେ ଠାରୁ ସିନେମା ଟିକେଟ୍ ମୂଲ୍ୟ ବଢ଼ାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ସରକାର ସଂକ୍ରାନ୍ତି ମହୋତ୍ସବ ସମୟରେ ବଡ ବଜେଟ୍ ଚଳଚ୍ଚିତ୍ର ଗେମ୍ ଚେଞ୍ଜର ପାଇଁ ଟିକେଟ୍ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି।
ଗେମ୍ ଚେଞ୍ଜର ଚଳଚ୍ଚିତ୍ରଟି ହାଇ ବଜେଟ୍ ସିନେମା ହୋଇଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ରାମ ଚରଣ, ଏସ.ଜେ ସୂର୍ଯ୍ୟ ଏବଂ କିଆରା ଆଡଭାନୀଙ୍କୁ ପ୍ରମୁଖ ଭୂମିକାର ନଜର ଆସିବେ। ସିନେମା ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ସିନେମା ପାଇଁ ବର୍ଦ୍ଧିତ ଟିକେଟ୍ ମୂଲ୍ୟ କଥା ଦେଖିଲେ ଏଥିରେ ଜାନୁୟାରୀ ୧୧ ରୁ ୨୩ ପର୍ଯ୍ୟନ୍ତ, ମଲ୍ଟିପ୍ଲେକ୍ସ ଟିକେଟ୍ ମୂଲ୍ୟ ସାଧାରଣ ହାରଠାରୁ ୧୭୫ ଟଙ୍କା ଅଧିକ ହୋଇପାରେ। ସେହିପରି ସିଙ୍ଗଲ୍ ସ୍କ୍ରିନ୍ ଟିକେଟ୍ରେ ୧୩୫ ଟଙ୍କା ବୃଦ୍ଧି କରାଯାଇପାରେ। ଏଥିସହ ପ୍ରେକ୍ଷାଳୟରେ ଏହି ସମୟ ମଧ୍ୟରେ ପ୍ରତିଦିନ ପାଞ୍ଚଟି ଶୋ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି।
ଜାନୁଆରୀ ୧୦ ସିନେମା ରିଲିଜ୍ ହେବାକୁ ଥିବା ବେଳେ ସ୍ୱତନ୍ତ୍ର ବେନିଫିଟ ଶୋ ମଧ୍ୟାହ୍ନ ୧ଟାରେ ଆରମ୍ଭ ହେବ। ଏଥିପାଇଁ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା କରିବାକୁ ଅନୁମତି ଦିଆଯାଇଛି। ସେହିଦିନ ଭୋର ୪ଟା ଠାରୁ ସିନେମା ସ୍କ୍ରିନିଂ ଆରମ୍ଭ ହେବ। ଓ ୬ଟା ଶୋ କରାଯିବ।
ବର୍ଦ୍ଧିତ ଦର ସହିତ ଆନ୍ଧ୍ରପ୍ରଦେଶର ଗେମ୍ ଚେଞ୍ଜର ସିନେମା ପାଇଁ ଟିକେଟ୍ ମୂଲ୍ୟ ଜିଏସ୍ଟି ସମେତ ପ୍ରଥମ ୧୪ ଦିନ ମଧ୍ୟରେ ମଲ୍ଟିପ୍ଲେକ୍ସ ପାଇଁ ୩୫୨ ଟଙ୍କା ଏବଂ ସିଙ୍ଗଲ୍ ସ୍କ୍ରିନ୍ ପାଇଁ ୨୮୨.୫୦ ଟଙ୍କା ରହିବ। ୧୫ ତମ ଦିନଠାରୁ, ମଲ୍ଟିପ୍ଲେକ୍ସ ପାଇଁ ମୂଲ୍ୟ ୧୭୭ ଟଙ୍କା ଏବଂ ସିଙ୍ଗଲ୍ ସ୍କ୍ରିନ୍ ପାଇଁ ୧୪୭ ଟଙ୍କାକୁ ଫେରିବ। ରାଜ୍ୟରେ ସିନେମାକୁ ଏତେ ସମର୍ଥନ ମିଳିଥିବାରୁ ‘ଗେମ ଚେଞ୍ଜର’ ରାମ ଚରଣଙ୍କ ପାଇଁ ସତରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ।