ନୂଆଦିଲ୍ଲୀ ୦୩।୦୧; ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା। ଆଜି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜାମିନ ଉପରେ ହେବ ଶୁଣାଣି । ମହିଳାଙ୍କ ମୃତ୍ୟୁ ଘଟଣାରେ ଗିରଫ ହେବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ ଅଲ୍ଲୁ ଅର୍ଜୁନ୍ । ୧୪ ଦିନିଆ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ଆଜି ଶେଷ ହେଉଛି । ଏହାରି ମଧ୍ୟରେ ଆଜି ଜାମିନ ଉପରେ କୋର୍ଟ ଶୁଣାଣି କରିବାକୁ ଯାଉଛନ୍ତି।
ଅଲ୍ଲୁ ଜେଲ ନା ବେଲ୍ ମିଳିବ ଆଶା ଆଶଙ୍କାରେ ରହିଛନ୍ତି ଫ୍ୟାନ୍ସ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଗିରଫ ହେବା ପରେ ଅଲ୍ଲୁଙ୍କୁ ଜାମିନ ମିଳିଥିଲା ।