ରାୟପୁର ୦୫।୦୧ : ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ଏନ୍କାଉଣ୍ଟର । ଏହି ଏନ୍କାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଥିବା ଜଣେ ଯବାନ ସହିତ ହୋଇଥିବା ଜଣାପଡିଛି ।ଏବେବି ଅବୁଝମାଡ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ଅନୁଯାୟୀ, ଛତିଶଗଡ ଅବୁଝାମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ଏହି ଏନ୍କାଉଣ୍ଟରରେ ୪ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣାପଡିଛି । ବାକି ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ରହିଛି । ଏନ୍କାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀରେ ଏକେ ୪୭ ବୁନ୍ଧକ ଥିବା ଜଣାପଡିଛି।
ସେହିପରି କିଛିଦିନ ତଳେ ଛତିଶଗଡ ବିଜାପୁର ଜିଲ୍ଲାରେ ଏନ୍କାଉଣ୍ଟର ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିଲେ । ବାସାଗୁଡା ଥାନା ଅନ୍ତର୍ଗତ ମଦେଡ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଆଉ ଏବେ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଛନ୍ତି ।