ପୁଣି ମହଙ୍ଗା ମାଡ଼: ବଢ଼ିପାରେ ଏଫଏମସିଜି ସାମଗ୍ରୀ ଦାମ

Published By : Prameya-News7 Bureau | January 06, 2025 IST

thehindubusinessline

ନୂଆଦିଲ୍ଲୀ: ଏମିତିରେ ବି ଦେଶବାସୀ ମହଙ୍ଗା ମାଡ଼ରେ ନୟାନ୍ତ ହେଲେଣି। ବହୁତ ହୋ ଗଇ ମହଙ୍ଗାଇ କି ମାର ଅବ କି ବାର... ନାରା ଦେଇ ସରକାର ଗଢ଼ିଥିବା ମୋଦୀ ସରକାର ଆରମ୍ଭ ହେବା ଦିନ ଠାରୁ କେବଳ ମହଙ୍ଗା ମାଡ଼ ହିଁ ଦେଇଛନ୍ତି। ପେଟ୍ରୋଲ ଡିଜେଲ୍ ମହଙ୍ଗା ହେବା ପରେ ସେହି ଅନୁସାରେ ସବୁକିଛି ମହଙ୍ଗା ହୋଇ ଚାଲିଛି।  ଏବେ ପୁଣି ଜୁରରୀ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି। 

ତିଆରି ଖର୍ଚ୍ଚ ଅଧିକ ହେଉଥିବାରୁ ଲାଭ ବଢାଇବା ପାଇଁ ଏଫଏମସିଜି କମ୍ପାନୀମାନେ ଏବେ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିବାକୁ ସଜବାଜ ହେଲେଣି। ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକର କିଛି ଏଫଏମସିଜି ସାମଗ୍ରୀ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ହୋଇଥିଲା। ଚଥୁର୍ଥ ତ୍ରୟମାସିକରେ ବି କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ବିଶ୍ଳେଷକମାନେ ସତକର୍କ ସୂଚନ ଦେଇଛନ୍ତି। 

ଏହି କ୍ଷେତ୍ରରେ ଏକ ରିପୋର୍ଟରେ ନୁଭାମା ଇନଷ୍ଟିଚ୍ୟୁସନାଲ ଇକ୍ୱିଟିସ୍ କହିଛି “ ଗ୍ରାମାଞ୍ଚଳରେ ଚାହିଦା ଧୀରେ ଧୀରେ ବଢ଼ୁଥିବା ବେଳେ ସହରାଞ୍ଚଳର ଚାହିଦା ଅପେକ୍ଷାକୃତ କମ ରହିଥିବାରୁ ଦ୍ରବ୍ୟ ମୁଦ୍ରାସ୍ଫୀତି ଏକ ସମସ୍ୟା ସୃଷ୍ଟି କରିଛି। ତେଣୁ ଆମେ ଭାଭୁଚୁ ଯେ କିଛି ଏଫଏମସିଜି କମ୍ପାନୀ ଚୁତର୍ଥ ତ୍ରୟମାସିକରେ ଆଉ ଏକ ପର୍ଯ୍ୟାୟ ମୂଲ୍ୟ ବୃଦ୍ଧି କରିପାରନ୍ତି।”

ତେବେ ଏକାଧିକ ବ୍ରୋକର ସଂସ୍ଥାରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାମ ତେଲ, ଶୁଖିଲା ନଡ଼ିଆ, ଚା, କୋକୋ, ଏବଂ କଫି ଭଳି କଞ୍ଚାମାଲର ମୂଲ୍ୟ ବର୍ଷକୁ ୩୫-୧୭୫ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଏଫଏମସିଜିରେ ୦.୩ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। 

ତୃତୀୟ ତ୍ରୟ ମାସିକରେ ଯେଉଁ ସାମଗ୍ରଗୁଡ଼ିକ ପାଖାପାଖି ଦୁଇ ଗୁଣା ମୂଲ୍ୟ ବଢ଼ିଛି ସେଗୁଡ଼ିକ ହେଲା ସାବୁନ୍, ଚା, କଫି, ଖାଇବା ତେଲ ଏବଂ କିଛି କେଶ ତେଲ। ତେବେ ଦରଦାମ ବୃଦ୍ଧି ଯୋଗୁ କମ୍ପାନୀଗୁଡ଼ିକର ବିକ୍ରି ପରିମାଣ କମିପାରେ ବୋଲି ନୋମୁରା ନାମକ ଏକ ସଂସ୍ଥା କହିଛି। ଏହାର ତଥ୍ୟ ଅନୁଯାୟୀ, ମାରିକୋ, ନେଷ୍ଟଲେ ଏବଂ ଗୋଡ୍ରେଜ୍ ଗ୍ରାହକ ଉତ୍ପାଦଗୁଡିକ କ୍ୱାର୍ଟରରେ ସର୍ବାଧିକ ମୂଲ୍ୟ ବୃଦ୍ଧି କରିଛନ୍ତି।

ସେହିପରି  ହିନ୍ଦୁସ୍ତାନ ୟୁନିଲିଭର ଓ ଗୋଦ୍ରେଜ୍ କମ୍ପାନୀ ସାବୁନ ମୂଲ୍ୟରେ ଧୀରେ ଧୀରେ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ଚା ଓ ସାବୁନ ଦର ଆଗକୁ ଆହୁରି ବଢ଼ିପାରେ ବୋଲି ନୋମୁରା କହିଛି। ତୀୟ ତ୍ରିୟମାସିକରେ ହିନ୍ଦୁସ୍ତାନ ୟୁନିଲିଭର ୨ ପ୍ରତିଶତ ଏବଂ ଗୋଦ୍ରେଡ ୪ ପ୍ରତିଶତ ମୂଲ୍ୟ ବୃଦ୍ଧି କରିଛନ୍ତି ସଂସ୍ଥା କହିଛି।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.