ବିହାର ସିଭିଲ ସର୍ଭିସ ପରୀକ୍ଷା ବିବାଦ, ପ୍ରଶାନ୍ତ କିଶୋରଙ୍କୁ ମିଳିଲା ସର୍ତ୍ତ ବିହୀନ ଜାମିନ୍

Published By : Prameya-News7 Bureau | January 06, 2025 IST

ପାଟନା: ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କୁ ମିଳିଲା ସର୍ତ୍ତ ବିହୀନ ଜାମିନ୍। ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ଆନ୍ଦୋଳନରେ ବସିଥିବା ପ୍ରଶାନ୍ତଙ୍କୁ ସୋମବାର ଗିରଫ କରିଥିଲା ପୋଲିସ। ଅବଶ୍ୟ ତାଙ୍କୁ ପ୍ରଥମେ ସର୍ତ୍ତମୂଳକ ଦିଆଯାଇଥିଲେବି ସେ ତାହାକୁ ମାନି ନଥିଲେ। ତେଣୁ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଥିଲେ। ହେଲେ ଏବେ ତାଙ୍କୁ ନିଃସର୍ତ୍ତ ଜାମିନ୍‌ ମିଳିଛି। 

ଜନ ସୂରାଜ ପାର୍ଟୀର ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ବିପିଏସସି ପରୀକ୍ଷା ପେପର ଲିକ ବିବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ  ଗତ ୪ ଦିନରୁ ଆମରଣ ଅନଶନରେ ବସିଥିଲେ। ପୋଲିସ ତାଙ୍କୁ ଗାନ୍ଧୀ ମଇଦାନରୁ ପ୍ରଥମେ ହେପାଜତ ଏବଂ ପରେ ଗିରଫ କରିଥିଲେ। ପୋଲିସ ଅଭିଯୋଗ ଆଣିଛି ସେ ବିନା ଅନୁମତିରେ ଗାନ୍ଧୀ ମଇଦାନରେ ଧାରଣା ଦେଉଥିଲେ। 

ପ୍ରଶାନ୍ତ କିଶୋରଙ୍କ ଗିରଫକୁ ନେଇ ପାଟନା ଜିଲ୍ଲାଧିକାରୀ ଡାକ୍ତର ଚନ୍ଦ୍ରଶେଖର ସିଂହ କହିଛନ୍ତି , ପ୍ରଶାନ୍ତ କିଶୋର ଗାନ୍ଧୀ ମଇଦାନର ଅନୁମତି ନଥିବା ଅଞ୍ଚଳରେ ଅବୈଧ ଭାବରେ ଧାରଣା ଦେଉଥିଲେ । ଆଉ ଏଥିପାଇଁ ତାଙ୍କ ବିରୋଧରେ ଗାନ୍ଧୀ ମଇଦାନ ଥାନାରେ ଏଫଆଇଆର ମଧ୍ୟ ହୋଇଥିଲା। ତାଙ୍କୁ ଅନେକ ଥର ଜାଗା ଖାଲି କରିବାକୁ ମଧ୍ୟ କୁହାଯାଇଥିଲା।

ହେଲେ ଏହା ସତ୍ତ୍ବେବି ସେ ଏବଂ ସେମାନଙ୍କ ସମର୍ଥକ ସେଠାରୁ ହଟିନଥିଲେ। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଶାନ୍ତ କିଶୋରଙ୍କ ସହ ୪୩ ଜଣକୁ ହେପାଜତକୁ ନିଆଯାଇଥିଲା। ୧୫ ଗାଡ଼ି ଜବତ କରାଯାଇଛି। ଯାଞ୍ଚରୁ ଜଣାପଡ଼ିଥିଲା ଯେ, ୪୩ରୁ ୩୦ ଜଣ ଛାତ୍ର ନୁହଁନ୍ତି । ଏଦିଗରେ ଅଧିକ ତଦନ୍ତ ଯାଞ୍ଚ ରହିଥିବା କହିଚନ୍ତି ଜିଲ୍ଲାଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.