ବିଜେପି ସରକାରର କାର୍ଯ୍ୟଶୈଳୀ ଦେଖି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 02, 2025 IST

ଭୁବନେଶ୍ବର ୨।୧: ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ କାମ କରିବା ଓ ବିକାଶଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ବିଜେପି ସରକାରର କାର୍ଯ୍ୟଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି । ତାଙ୍କୁ ଲମ୍ବା ସମୟ ଦେଇଥିଲେ ଓଡ଼ିଶାବାସୀ । ବିଜେପି ସରକାରର କାର୍ଯ୍ୟଧାରାକୁ ଦେଖି ବ୍ୟତିବ୍ୟସ୍ତ ହେଉଛନ୍ତି । 

ଏହାସହ ମଞ୍ଚରେ ବସିଥିବା କଂଗ୍ରେସ ନେତା ନିରଞ୍ଜନ ପଟନାୟକଙ୍କୁ ମଧ୍ୟ କଡ଼ା କାଉଣ୍ଟର କଲେ ମୋହନ ମାଝୀ । କହିଲେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି କହିବା ଠିକ୍ ହେଲା ନାହିଁ । ଏଥିପାଇଁ ଦାୟୀ କିଏ ? ତାହାର ଉତ୍ତର ବି ଆସିବା କଥା । ପ୍ରକୃତରେ ଯଦି ଓଡ଼ିଶା ଆଗକୁ ନେବାର ଥିଲା, ତେବେ ଆଜି ପର୍ଯ୍ୟନ୍ତ ଅନେକ ଥର ଲୋକ ମାନେ ଦାୟିତ୍ଵ ଦେଇଥିଲେ । କିନ୍ତୁ ରାଜ୍ୟକୁ କିଏ ଏଭଳି ସ୍ଥିତିରେ ପହଞ୍ଚାଇଛି । କିନ୍ତୁ ମହାପ୍ରଭୁଙ୍କ ଆର୍ଶୀବାଦରେ ଆଜି ସରକାର ହୋଇଛି । ୬ ମାସ ଯାହା କଥା ଦେଇଥିଲୁ, ପୂରଣ କରିଛୁ । ଆଜି ମନ୍ତ୍ରୀ ମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି । ‘ଦାନା’ ବାତ୍ୟା ବେଳେ ବି ଗ୍ରାଉଣ୍ଡରେ ଥିଲେ ମନ୍ତ୍ରୀ ।


You Can Read:

ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବଢ଼ିଲା


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.