ପରିବର୍ତ୍ତନ ହୋଇପାରେ ମେଟ୍ରୋ ପ୍ରକଳ୍ପ DPR, ପୁରୀ ପର୍ଯ୍ୟନ୍ତ ଗଡ଼ିବା ନେଇ ଚାଲିଛି ଅନୁଧ୍ୟାନ

Published By : Prameya-News7 Bureau | March 14, 2025 IST

ଭୁବନେଶ୍ବର : ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ । ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା । ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ପରିବର୍ତ୍ତନ ହୋଇ ପାରେ ମେଟ୍ରୋର DPR । ଏ ନେଇ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁ ଯେଉଁ ଜାଗାରେ ମେଟ୍ରୋ ରେଳ ଚାଲିଛି କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବା ସେ ନେଇ ମଧ୍ୟ କମିଟି ଅନୁଧ୍ୟାନ କରିବ । କେମିଟି ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ । ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ଦେବା ପରେ ଆଗକୁ ଏହାକୁ ନେଇ ବଡ ନିଷ୍ପତ୍ତି ନିଆଯିବ । ସ୍ଵତନ୍ତ୍ର କମିଟିରେ ନଗର ଉନ୍ନୟନ ବିଭାଗର ସହିତ ପରିବହନ ବିଭାଗର ଅଧିକାରୀ ଅଛନ୍ତି । ଏହା ସହିତ  ବାହାରୁ ୪ ଜଣ ମେଟ୍ରୋ ଏକ୍ସପର୍ଟ କମିଟିରେ ଅଛନ୍ତି ।

You Can Read:

ଭଣ୍ଡ ସାରଥୀଙ୍କ ପାଦତଳେ ଜଗନ୍ନାଥଙ୍କ ଫଟୋ ଓ ତୁଳସୀ, ଚନ୍ଦ୍ରଶେଖରପୁର ଥାନାରେ ଏତଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.