ଭୁବନେଶ୍ବର ୧୪।୩: ସାରଥୀ ବାବାଙ୍କ ନାମରେ ପୁଣି ଆସିଲା ଅଭିଯୋଗ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟକୁ ସାରଥୀଙ୍କ ପାଦ ତଳେ ରଖି ସତସଙ୍ଗ କରୁଥିବା ଅଭିଯୋଗ । କାରଗିଲ ବସ୍ତିରେ ସତ୍ସଙ୍ଗ ଚାଲିଥିବା ବେଳେ ଲୋକେ ଦେଖିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରି ସହଯୋଗୀଙ୍କ ଦ୍ବାରା ସତ୍ସଙ୍ଗ କରିବା ସହ ମହାପ୍ରଭୁଙ୍କୁ ଅସମ୍ମାନ କରିବା ଯୋଗୁ ସାରଥୀଙ୍କ ନାମରେ ଅଭିଯୋଗ କଲେ ସାମାଜିକ କର୍ମୀ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫ୍ଆଇଆର୍ ଦେଲେ ଅଭିଷେକ ଦାସ ।
ଭଣ୍ଡ ସାରଥୀଙ୍କ ସତସଙ୍ଗ କରିପାରିବେନି ବୋଲି କୋର୍ଟଙ୍କ କଟକଣା ରହିଛି । ତଥାପି ଲୋକଙ୍କ ମନରୁ ସାରଥିଙ୍କ ମୋହ ଛାଡୁନି । ମାନ୍ୟବରଙ୍କ ମାୟାରେ ବାୟା ଭକ୍ତ । ପୂଜାର୍ଚ୍ଚନା, ସତ୍ସଙ୍ଗ ସାଙ୍ଗକୁ ସାରଥୀ ପୂଜା କରୁଥିବା ଦୃଶ୍ୟ । ବିବାଦରେ ଛନ୍ଦି ହୋଇଥିବା ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଫଟୋ ଚିତ୍ରରେ ଚାଲିଛି ପୂଜାର୍ଚ୍ଚନା । ଲାଗି କରୁଛନ୍ତି ଭୋଗ । ସାରଥୀଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୋଇଛି ଫୁଲ, ଫଳ, ନୈବେଦ୍ୟ । ନଡିଆ, କଦଳୀ ଭଳି ରକମ ରକମର ଭୋଗରାଗ ଲାଗି କରାଯାଇଛି । ଚାଲିଛି ଚାମର ଆଲଟ । ନାଚି ନାଚି ଭଜନ କୀର୍ତ୍ତନ କରୁଛନ୍ତି ସାରଥୀ ଭକ୍ତି। ଦୋଳପୂର୍ଣ୍ଣିମାରେ ଭୁବନେଶ୍ବର କାରଗିଲ ବସ୍ତି ନିକଟରେ ଏଭଳି କିଛି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରି ନାଚି ନାଚି କୀର୍ତ୍ତନ କରୁଛନ୍ତି ସାରଥୀ ଭକ୍ତ । ଦୋଳପୂର୍ଣ୍ଣିମା ଅବସରରେ ଭଣ୍ଡ ସାରଥୀ ବାବାଙ୍କ ଲାଗି ସତ୍ସଙ୍ଗ ଆୟୋଜନ କରିଛନ୍ତି । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋର ପାଦ ତଳେ ତୁଳସୀ ରଖି ଭୋଗ ଲାଗି କରିଥିବା ଦେଖିବାକୁ ମଳିଛି ।
ସାରଥୀଙ୍କ ଜଣେ ଭକ୍ତଙ୍କ ଘରେ ସତସଙ୍ଗ ଆୟୋଜନ କରାଯାଇଥିବା ବେଳେ ସାରଥୀ ଗାଇଥିବା ଭଜନର ତାଳେ ତାଳେ ଦୋଳ ଉତ୍ସବ ପାଳନ କରିଛନ୍ତି । ଭଣ୍ଡ ସାରଥୀଙ୍କୁ ଭଗବାନ ଦର୍ଶାଇଲେ । ଫୁଲ ଚନ୍ଦନ ଦେଇ ବିଭୋର ହୋଇ ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଅଦାଲତି ମାମଲାରୁ ମୁକୁଳି ନଥିବା ବେଳେ ଭକ୍ତ ମାନେ କିଭଳି ଏଭଳି ସତସଙ୍ଗ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
You Can Read: